କେମିତି କଟିବ ଆଜିର ଦିନ: ଗୁରୁବାର ରାଶିଫଳ
ମେଷ: ଯଶସ୍ବୀ ଓ କୀର୍ତ୍ତିମାନ୍ ହୋଇପାରନ୍ତି। ଦାନଧର୍ମରେ ଦୀକ୍ଷିତ ହେବେ। ସୁସ୍ଥ ରହିବେ। କୃଷି କର୍ମଜନିତ ଜାତ ଆୟରୁ ଅଂଶୀଦାରଙ୍କୁ ତାଙ୍କର ପ୍ରାପ୍ୟ ପ୍ରଦାନ କରି ଆତ୍ମସନ୍ତୋଷ ଲାଭ କରିବେ। ସୁସ୍ଥ ରହିବେ।
ବୃଷ: ଆସ୍ତିକ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ଥଣ୍ଡାକଫରେ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ଅନୁଜଙ୍କଠାରୁ ଆଦର ପାଇବେ।
ମିଥୁନ:ତ୍ୟାଗପୂତ ଜୀବନ ବିତାଇବେ। ମତିମାନ୍ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିମାନ୍ ହୋଇପାରନ୍ତି। ପ୍ରଫୁଲ୍ଲ ମୁଖ ଓ ରୂପବାନ୍ ହେବେ। ସହିଷ୍ଣୁ ହେବେ।
କର୍କଟ: ଐଶ୍ବର୍ଯ୍ୟଯୁକ୍ତ ହେବେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ସଂଗ୍ରାମୀ ମନୋବୃତ୍ତିର ହୋଇପାରନ୍ତି। ଧନ ସମ୍ପଦ ଭରପୂର ରହିବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନ ଲାଭ ହେବ।
ସିଂହ: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। କର୍ମଚଞ୍ଚଳ ରହିବେ। ଥଣ୍ଡାକଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ମିଠା କଥା କହି ପରକୁ ଆପଣାର କରିପାରନ୍ତି।
କନ୍ୟା:ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ। ସହାୟତା ମିଳିବ।
ତୁଳା:ମନ ପ୍ରସନ୍ନ ରହିବ। କୁଳ ପ୍ରଦୀପ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ। ଯଶ ଅର୍ଜନ କରିବେ। ପାରିବାରିକ ସ୍ନେହ ଶ୍ରଦ୍ଧା ଅତୁଟ ରହିବ।
ବିଛା: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗୀ ଓ ବିଳାସୀ ହେବେ। ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ।
ଧନୁ: ଈର୍ଷାଳୁ ସ୍ବଭାବସମ୍ପନ୍ନ ହୋଇପାରନ୍ତି। କଥାବାର୍ତ୍ତାରେ ବାଚାଳତା ପ୍ରକାଶ ପାଇପାରେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଜଳଯାତ୍ରା ନ କରିବା ଭଲ। ଆଜି ସତର୍କରେ ଚଳିବାକୁ ପଡ଼ିବ।
ମକର: ଜଣେ ସମାଜସେବୀ ବ୍ୟକ୍ତିଭାବେ ଜନସାଧାରଣଙ୍କ ଆଦରଣୀୟ ହେବେ। ବ୍ୟବସାୟ ଲାଭଜନକ ହେବ। ଗୁରୁଜନମାନଙ୍କଠାରୁ ସ୍ନେହ ଓ ଆଦର ପାଇପାରନ୍ତି। ଧୈର୍ଯ୍ୟବାନ୍ ହେବେ। ସୁସ୍ଥ ରହିବେ। କୁମ୍ଭ:ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭାଇଙ୍କ ଉପରେ ସ୍ନେହଭାବ ରହିବ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ। ଜ୍ଞାନୀ ହେବେ। ସମାଜିକ ବନ୍ଧନର ପରାମର୍ଶଦାତା ହେବେ।
ମୀନ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ରମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ
Comments are closed.