mission shakti banner

ସାଢେ ୮ ସୁଦ୍ଧା ତାତି ଛୁଇଁଲା ୩୬ ଡିଗ୍ରୀ

BSKY banner  750×100

ଭୁବନେଶ୍ଵର: ଜଳୁଛି ସାରା ଓଡିଶା । ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଗରମ ଏବଂ ଗୁଳୁଗୁଳି ଜନଜୀବନକୁ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ସକାଳ ସାଢେ ୮ଟା ସୁଦ୍ଧା ପାରଦ ୩୬ ଡିଗ୍ରୀ ଛୁଇଁଛି। ୩୬ ଡିଗ୍ରୀ ସହ ବାରିପଦା ଓ ବାଲେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ମାଲକାନଗିରି ଓ କେନ୍ଦୁଝରରେ ୩୫ ଡିଗ୍ରୀ, ଭୁବନେଶ୍ଵରରେ ୩୩.୮ ତାପମାତ୍ରା ରେକର୍ଡ ହୋଇଛି। ଆଦ୍ରତା ପାଖାପାଖି ୭୫ ପ୍ରତିଶତ ରହିଛି। ଆଜି ମଧ୍ୟ କିଛି ସ୍ଥାନରେ ଦିନ ତାପମାତ୍ରା ୪୪ ଏବଂ ୪୫ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ପୁରୀ, ଗୋପାଳପୁର ଓ ପାରାଦୀପରେ ଆଦ୍ରତା ୭୫ ପ୍ରତିଶତ ଉପରେ ରହିଥିବା ନେଇ ସୂଚନା ମିଳିଛି।

Comments are closed.