www.samajalive.in
Sunday, December 14, 2025
26.1 C
Bhubaneswar

ତିତ୍‍ଲି ପରର ସ୍ଥିତି ; ସୁଧୁରିବାରେ ଲାଗିଛି ସାଧାରଣ ଜନଜୀବନ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକର ୩୯ଟି ପଞ୍ଚାୟତର ୮୦ ଭାଗ ଗ୍ରାମରେ ରିଲିଫ ଯୋଗାଯୋଗ ସୂଚାରୁ ରୂପେ ହୋଇସାରିଛି। କିଛି ଯାଗାରେ ଦାୟିତ୍ୱରେ ଥିବା ଯନ୍ତ୍ରୀ, ଗ୍ରାମସେବକ ପହଞ୍ଚିପାରି ନଥିବା କଥା ଜନସାଧାରଣ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସୁଧା ବାଢେଇପୁର, ଧନୁପଙ୍କ, ଗୁର୍ଡିଗୁଡା, ଟେଣେମା ଏବଂ ଦମାଦୁଆ ପଞ୍ଚାୟତର ଘାସିପଦା ଆଦି ବିଭିନ୍ନ ସ୍ଥାନରେ ରିଲିଫ ସାମଗ୍ରୀ ପହଁଞ୍ଚି ନଥିବା ଅଭିଯୋଗ ହୋଇଛି। ଦମାଦୁଆ ପଞ୍ଚାୟତ ଘାସିପଦାରେ ତିତ୍‍ଲିର ପ୍ରଭାବରେ ଗତ ୧୦ ତାରିଖ ରାତ୍ରିରେ ପ୍ରାୟ ୨ଟା ସମୟରେ ୩୦ଟି ଘର ନଷ୍ଟ ହୋଇଥିବା ବେଳେ ୨୦୦ରୁ ଊର୍ଦ୍ଧ୍ବ ଲୋକ ନିଜ ପରିବାରକୁ ନେଇ ସ୍ଥାନୀୟ ସ୍କୁଲରେ ଆଶ୍ରୟ ନେବା ପାଇଁ ଯାଇଥିବା ବେଳେ ଶିକ୍ଷକ ଗୋପିନାଥ ଶବର ଅନୁପସ୍ଥିତ ଥିଲେ ଏବଂ ସ୍କୁଲ ଘରେ ଚାବି ପଡିଥିବା ଦେିଖବାକୁ ମିଳିଥିଲା। ଏଣୁ ଗ୍ରାମର ଲୋକମାନେ ଉତ୍ୟକ୍ତ ହୋଇ ଉକ୍ତ ତାଲାକୁ ଭାଙ୍ଗି ଦେଇ ସ୍କୁଲରେ ବର୍ତ୍ତମାନ ସୁଧା ଆଶ୍ରୟ ନେଇଥିବା ଜଣାପଡିଛି। ଶନିବାର ସୁଦ୍ଧା ୩ ଦିନ ହୋଇଥିଲେ ମଧ୍ୟ ସେମାନଙ୍କ ପାଖରେ ବର୍ତମାନ ସୁଦ୍ଧା ରିଲିଫ୍‍ ପହଁଞ୍ଚି ପାରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୋହନା ବ୍ଳକରେ ୨୨୦୦ ହେକ୍ଟର ଫସଲ ନଷ୍ଟ ହୋଇଥିଲା। ସେହିପରି ସ୍ଥାନରେ ଘର ଚାଳଛପର ଉଡିଯାଇ ଘର ଭାଙ୍ଗି ଯାଇଥିବା ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ବାତ୍ୟାସ୍ଥଳରେ ପ୍ରାୟ ୬୦୦୦ରୁ ଊର୍ଦ୍ଧ୍ବ ଲୋକେ ଆଶ୍ରୟ ନେଇଥିବା କଥା ସ୍ଥାନୀୟ ବିଡିଓ ବଂଶୀଧର ଖୋସଲା ମତ ଦେଇଛନ୍ତି। କିର୍ତିଙ୍ଗ ଠାରେ ବହୁଘର ଓ ଗାଈ ଛେଳି ମରିଯାଇଥିବା କଥା ଲୋକେ ଅଭିଯୋଗ କରିଛନ୍ତି। ସେହିପରି କିଛି ସ୍ଥାନରେ ହଷ୍ଟେଲ ଏବଂ ସ୍କୁଲ ଗୁଡିକର ମଧ୍ୟ କୋଠା ଭୂଷୁଡି ପଡିଥିବା କଥା ଜଣା ପଡିଛି। ବର୍ତମାନ ସୁଦ୍ଧା ମୋହନା ଠାରୁ ଅଠରନଳା ଅତିକ୍ରମ କରିଯାଉଥିବା ୮ଟି ପଞ୍ଚାୟତ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ମୋହନା ଠାରୁ ରାୟଗଡା, ପାରଳାଖେମୁଣ୍ଡି, ବ୍ରାହ୍ମଣୀଗାଁ ଏବଂ ବ୍ରହ୍ମପୁର ସହିତ ବସ୍‍ ଯୋଗାଯୋଗ ସମ୍ଭବପର ହୋଇପାରିଛି। ପ୍ରକାଶ ଥାଉ କି, ତିତିଲି ପାଇଁ ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଥିବା କଥା ଘୋଷଣା କରିଥିଲେ ମଧ୍ୟ ମୋହନା ବ୍ଳକର ୩୯ଟି ପଞ୍ଚାୟତରୁ ପ୍ରାୟ ୧୦ଟି ପଞ୍ଚାୟତରେ ଶିକ୍ଷକମାନଙ୍କ ମନମୂଖି ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି। ଏଥିପ୍ରତି ସରକାର କି ପ୍ରକାର ଦୃଢ ପଦକ୍ଷେପ ନେବେ ତାହା ସମୟ ସାପେକ୍ଷ, ବୁଦ୍ଧିଜୀବୀ ମହଲରେ ଏ ବିଷୟରେ ଚର୍ଚ୍ଚା ହେଉଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories