www.samajalive.in
Saturday, December 13, 2025
15.1 C
Bhubaneswar

ଦୁଇ ମାସରେ ସ୍ୱାହା ହେଲା ରାସ୍ତା

ଟିଟିଲାଗଡ଼: ରାଜ୍ୟ ସରକାର ୫ଟି ଯୋଜନା କ୍ରମେ ବିକାଶ କାର୍ୟ୍ୟ ତ୍ୱରାନ୍ୱିତ କରିବା ସହ ଦୁର୍ନୀତି ବିରୁଦ୍ଧରେ ଖଡ୍ଗହସ୍ତ ହୋଇଥିବା ସଂକେତ ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ଟିଟିଲାଗଡ ଅଞ୍ଚଳରେ ରାସ୍ତା କାମରେ ଅନିୟମିତତାକୁ ନେଇ ଚର୍ଚ୍ଚା ଥମୁନାହିଁ। ଟିଟିଲାଗଡରୁ କେସିଙ୍ଗା ରାସ୍ତା କାମ ନିମ୍ନ ମାନର ହୋଇଥିବା ଅଭିଯୋଗରେ ବୁଧବାର ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ଏନେଇ ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଆରଡି ବିଭାଗ ଦ୍ୱାରା ନିର୍ମାଣାଧିନ ଏହି ରାସ୍ତା ଗତ ଦୁଇ ମାସ ତଳେ ସରିଛି। ହେଲେ ରାସ୍ତାର ଅନେକ ସ୍ଥାନରେ ଗାତ ସୃଷ୍ଟି ହେଲାଣି। ଏସସିଏ କେବିକେ ଯୋଜନା ଅନ୍ତର୍ଗତ ଏହି ରାସ୍ତା କତରକେଲା ଠାରୁ ମାଟିଖାଲ ପଡା ପର୍ୟ୍ୟନ୍ତ ପ୍ରାୟ ୧ କିଲୋମିଟର ରାସ୍ତା କାମ ପାଇଁ ୬୪.୬୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ନିମ୍ନମାନର ରାସ୍ତା କାମ କରିଥିବା ଠିକାଦାରଙ୍କୁ ବିଭାଗ ପକ୍ଷରୁ ଗାର୍ଡୱାଲ କାମ ମଧ୍ୟ ପ୍ରଦାନ କରାଯାଇଥିବା ଜଣାଯାଇଛି। ଏପରିପ୍ରେକ୍ଷୀରେ ସରକାରି ରାଜକୋଷ ଲୁଟ ହେବା ସାର ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତାରୋକ ସୁଚନା ପାଇ ଟିଟିଲାଗଡ ପୁଲିସ ପହଞ୍ଚି ବୁଝାଶୁଝା ପରେ ଲୋକେ ଆନ୍ଦୋଳନରୁ ଓହରିଛନ୍ତି। ଏନେଇ ସରକାରି ସ୍ତରରେ ତଦନ୍ତ ସହ ଦୃଢ କାର୍ୟ୍ୟାନୂଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories