www.samajalive.in
Saturday, December 13, 2025
21.1 C
Bhubaneswar

ଡ଼ିଏସପିଙ୍କୁ ଦେଖି ଚମ୍ପଟ ମାରିଲେ ଲୁଟେରା, ଫିଙ୍ଗିଦେଲେ ଟଙ୍କା ଓ ସୁନା ଭର୍ତ୍ତି ବ୍ୟାଗ୍

ଟିଟିଲାଗଡ଼: ବିଗତ ପାଞ୍ଚ ଦିନ କରୋନା ପ୍ରକୋପକୁ ନେଇ ସ୍ଥାନୀୟ ବ୍ୟବସାୟୀ ସଙ୍ଘର ବନ୍ଦ ଡାକରା ତଥା ପ୍ରଶାସନ ପକ୍ଷରୁ ଜାରି ସପ୍ତାହାନ୍ତ ସଟଡାଉନ କ୍ରମେ ଶୁନଶାନ ଉପଖଣ୍ଡ ମୁଖ୍ୟାଳୟ ଟିଟିଲାଗଡ଼ ସହର ଆଜି ପୁଣି ଚଳଚଞ୍ଚଳ ହୋଇ ଉଠିଥିଲା। ଏନେଇ ଜନଗହଳିର ପ୍ରସୁଯୋଗରେ ସର୍ବଦା ଟଙ୍କା ଲୁଟି ଫେରାର ହେବାରେ ସକ୍ଷମ ଲୁଟେରା ପାଟ୍ରୋଲିଙ୍ଗ କରୁଥିବା ଟିଟିଲାଗଡ଼ ଡ଼ିଏସପି  ସୁରେନ୍ଦ୍ରନାଥ ଶତପଥୀଙ୍କ ହାବୁଡ଼ରେ ପଡିଥିଲେ। ଲୁଟେରାମାନେ ଡିଏସ୍‌ସିଙ୍କ ଡ୍ରାଇଭରଙ୍କୁ ଧସ୍ତାଧସ୍ତି କରିଥିଲେ। ଘଟଣା ସ୍ଥଳରେ ଡିିଏସ୍‌ପିଙ୍କୁ ଦେଖି ସେମାନେ ଟଙ୍କା ଭର୍ତ୍ତି ସୁନା ଓ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଫୋପାଡ଼ି ଦେଇ ସେଠାରୁ ଚମ୍ପଟ ମାରିଥିଲେ। ଏଥିରେ ଡିଏସ୍‌ପିଙ୍କ ଡ୍ରାଇଭର ଆହତ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ଟିଟିଲାଗଡ଼ ଥାନା ଅନ୍ତର୍ଗତ ଅମୂର୍ଲା ଗାଁର ଟଙ୍କଧର ବାଗ ନିଜ ଝିଅର ବାହାଘର ପାଇଁ କିଣାକିଣି କରିବାକୁ ଆସିଥିଲେ।. ସାଙ୍ଗରେ ଝିଅ ଏବଂ ଶାଳକ ମଧ୍ୟ ଥିଲେ। ସେମାନେ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ବାହାର କରିବା ସହ ସୁନା ହାର କିଣିଥିଲେ। ତେବେ ଶାଢ଼ୀ  ଝିଅ ସହ ସେ ନିଜେ ଶାଢ଼ୀ ଦୋକାନକୁ ଯାଇଥିଲେ। ସୁନା ଏବଂ ଟଙ୍କା ଥିବା ବ୍ୟାଗଟିକୁ ନିଜ ଶାଳକକୁ ଜଗିବା ପାଇଁ କହିଥିଲେ.ଟଙ୍କଧର ବାଗ। ସେତିକି ବେଳକୁ ଡିଏସପି ପାଟ୍ରୋଲିଂ ସେହି ରାସ୍ତାରେ ଯାଉଥିଲେ। ସେଠାରେ ଏକ ଆପାଚି ବାଇକ ଛିଡା ହୋଇଥିବା ଦେଖି ନିଜ ଗାଡି  ଡ୍ରାଇଭରକୁ ସତର୍କ କରିଥିଲେ। ଡ୍ରାଇଭର ଦିଲୀପ ମହାରଣା କେହି ଜଣେ ଏକ ବାଇକ ଡିକିରୁ କିଛି କାଢ଼ୁଥିବା ଗାଡି ମିରରରେ ଦେଖିପାରିଥିଲେ। ନିଜ ଗାଡିଟିକୁ ଅଟକାଇଥିଲେ ଏବଂ ଓହ୍ଲାଇ ପଡ଼ିଥିଲେ। ସେହି ସମୟରେ ଜଣେ ଯୁବକଆପାଚି ବାଇକରେ ଅପେକ୍ଷା କରିଥିବା ଅନ୍ୟ ଜଣେ ଯୁବକଙ୍କ ପଛରେ ବସି ପଳାଇବାକୁ ଉଦ୍ୟମ କରିଥିଲେ। ଡିଏସପିଙ୍କ ଡ୍ରାଇଭର ଦିଲୀପଙ୍କୁ ସେମାନେ ବାଇକ୍‌ ଧକ୍କା ଦେଇଥିଲେ। ଫଳରେ ଦିଲୀପ ତଳେ ପଡ଼ି ଆହତ ହେବା ସତ୍ତ୍ବେ ଲୁଟେରାଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ଡ଼ିଏସପି ବୁଲି ପଡି ଧାଇଁ ଆସିବାରୁ ଲୁଟେରା ଦୁଇ ଜଣ ସୁନା ଟଙ୍କା ଭର୍ତ୍ତି ବ୍ୟାଗ ତଥା ନିଜ ବାଇକ  ଛାଡି ଦେଇ ଆଉ ଏକ ବାଇକରେ ଜଗିଥିବା ଯୁବକଙ୍କ ସହ ଆଖି ପିଛୁଳାକେ ଫେରାର ମାରିଥିଲେ।. ତେବେ ଏତେ ସବୁ କାଣ୍ଡ ଘଟିଯିବା ସ ତ୍ତ୍ବେ ଲୁଟ୍ର‌ ଶିକାର ପରିବାର କିଛି ଜାଣି ପାରିନଥିଲେ.। ଡ଼ିଏସପି ବାପ ଝିଅଙ୍କୁ ଥାନାକୁ ଡାକି ଲୁଟେରାଙ୍କ ହାତରୁ ବ୍ୟାଗ ସହିତ ଉଦ୍ଧାର ହୋଇଥିବା ସମସ୍ତ ୪୯ ହଜାର ଟଙ୍କା, ସୁନା ହାର ଜିମା ଦେଇଥିଲେ |

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories