www.samajalive.in
Sunday, December 7, 2025
14.1 C
Bhubaneswar

ଡକାୟତି ଉଦ୍ୟମ ଅଭିଯୋଗରେ ୯ ଗିରଫ

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ପୁଲିସ ଅତର୍କିତ ଚଢ଼ାଉ ସହ ଡକାୟତି ଉଦ୍ୟମ ଅଭିଯୋଗରେ ୯ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଏନେଇ ପୁଲିସ ସୂତ୍ରରୁ ପ୍ରକାଶ ଯେ ରବିବାର ଭୋର ସମୟରେ ଟିଟିଲାଗଡ଼ ପୁଲିସ ପାଟ୍ରୋଲିଂ ସମୟରେ ସିରୁଲ ଗ୍ରାମ ନିକଟରେ କିଛି ସନ୍ଦିଗ୍ଧ ଯୁବକଙ୍କୁ ଥାନାକୁଆଣି ଅଟକ ରଖିଥିଲା।  ଥାନାରେ ପଚାରଉଚୁରା ସମୟରେ ସେମାନେ ଏକ ବଡ଼ ଡକାୟତି କରିବା ପାଇଁ ଅଭିଯୁକ୍ତ ଯୋଜନା କରିଥିବା ଜଣାପଡ଼ିଥିଲା।

ପୁଲିସ ଉକ୍ତ ଗ୍ରାମର ଏକ ନିଛାଟିଆ ସ୍ଥାନରୁ ଟିଟିଲାଗଡ଼ ଥାନା ଅନ୍ତର୍ଗତ କାହ୍ନୁ ମନହୀରା, ଶ୍ରୀକାନ୍ତ ମିଶ୍ର, ଗୁଲାପ ବିଶି, ବାସୁ ରତେଇ, ଚମାରୁ ନାଗ, ଚନ୍ଦନ ପଟେଲ, ଓମପ୍ରକାଶ ସାହୁ, ପ୍ରଭାତ ଭୋଇ ଏବଂ ନୂଆପଡା ଥାନା ଅନ୍ତର୍ଗତ ଦେଓଝର ଗ୍ରାମର ଗୋପାଲ ପଟେଲଙ୍କୁ ଧରିଥିଲା।  ସେମାନଙ୍କ ଠାରୁ ୬ଟି ମୋବାଇଲ ଫୋନ, ୧୫ ହଜାର ୭୭୦ ଟଙ୍କା, ୩ଟି ବାଇକ, ଭୁଜାଲି, ଛୁରି, ଲୁହା ରଡ଼ ଆଦି ମାରଣାସ୍ତ୍ର ସହ ମରିଚ ଗୁଣ୍ଡ ପୁଲିସ ଜବତ କରିଥିଲା। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଆଜି ରାତ୍ରୀରେ କୋର୍ଟ ଚାଲାଣ ସହ ଅଧିକ ତଦନ୍ତ ଜାରି ରଖିଛି ବୋଲି ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଏବଂ ଥାନା ଆଇଆଇସି ବିଶ୍ୱଜିତ ମନବୋଧ ସୂଚନା ଦେଇଛନ୍ତି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories