www.samajalive.in
Saturday, December 13, 2025
14.1 C
Bhubaneswar

ଛଟେଇ ହେବେନି ପୌର କର୍ମଚାରୀ

ଟିଟିଲାଗଡ଼:ଟିଟିଲାଗଡ ପୌରପରିଷଦ ପକ୍ଷରୁ ପରିମଳ ବ୍ୟବସ୍ଥା ନେଇ ଠିକା ସଂସ୍ଥା ନିଯୁକ୍ତିକୁ ଅସ୍ଥାୟୀ କର୍ମଚାରୀ ବିରୋଧ କରିଛନ୍ତି ଓ ଏହାର ପ୍ରତିବାଦରେ ଧାରଣା ଜାରି ରଖିଛନ୍ତି। ଦ୍ୱିତୀୟ ଦିବସରେ ପୌରପରିଷଦ ଫାଟକ ସମ୍ମୁଖରେ କର୍ମଚାରୀମାନେ ଗୁରୁବାର ଦିନତମାମ ବସି ରହି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ଗତକାଲି ଉପଜିଲାପାଳ ତଥା ଭାରପ୍ରାପ୍ତ ପୌର ନିର୍ବାହି ଅଧିକାରୀ ସୌମେଶ ଉପାଧ୍ୟାୟ କର୍ମଚାରୀଙ୍କ ମଧ୍ୟରେ ଅଚଳାବସ୍ଥା ଦୁର ନେଇ ଦୁଇ ଥର ଆଲୋଚନା ବିଫଳ ହେବା ପରେ ଆଜି ପୁଣି ଆଲୋଚନା ହୋଇଥିଲା। ରାଜ୍ୟ ନଗର ଉନ୍ନୟନ ପରିମଳ ବିଭାଗର ଅଧିକାରୀ ଦିଲୀପ ମହାନ୍ତି ଏବଂ ସମୀର ପଣ୍ଡା ଆଜି କର୍ମଚାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ବର୍ଷବର୍ଷ ଧରି ଏଠାରେ କାମ କରିଆସିଥିବା କର୍ମଚାରୀ କାହାରି ଛଟେଇ ହେବ ନାହିଁ। ପୁର୍ବ ବ୍ୟବସ୍ଥାରେ ଏଯାବତ କୌଣସି କାଗଜପତ୍ର ନଥିବା କର୍ମଚାରୀଙ୍କ ସହ ଏମଓୟୁ କରାଯାଇ ଶ୍ରମ ଆଇନ ମୁତାବକ ପାରିଶ୍ରମିକ, ଇଏସଆଇ, ଇପିଏଫ, ବୀମା, ଅବସରକାଳିନ ସହାୟତା, ପେନସନ ଆଦି ସିକ୍ୟୁରିଟି ପ୍ରଦାନ କରାଯିବ। ତେବେ ସରକାରଙ୍କ ଗାଇଡଲାଇନ ମୁତାବକ ୧୫.୫.୯୭ ପରେ ଅସ୍ଥାୟୀ ଭିତିରେ ନିଯୁକ୍ତ କର୍ମଚାରୀଙ୍କୁ ସ୍ଥାୟୀ କରାଯାଇପାରିବ ନାହିଁ ବୋଲି ଅଧିକାରୀ ଦ୍ୱୟ ବୁଝାଇଥିଲେ। ଅପରପକ୍ଷରେ ୧୯୯୭ ପୁର୍ବରୁ କାର୍ଯ୍ୟ କରିଆସିଥିବା ଶ୍ରମିକଙ୍କ ସମ୍ବନ୍ଧରେ ସରକାରଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି। ତେବେ ଶେଷ ଖବର ସୁଦ୍ଧା ଠିକା ସଂସ୍ଥା ବଦଳରେ ପୌର ପରିଷଦ ଅଧୀନରେ ଅସ୍ଥାୟୀ ଭାବରେ ତାଙ୍କୁ କାର୍ଯ୍ୟ କରିବାକୁ ସୁଯୋଗ ଦେବା ଜିଦ୍‍ରେ ସଫେଇ କର୍ମଚାରୀ ଆନ୍ଦୋଳନ ଜାରି ରଖିଥିବା ଜଣାଯାଇଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories