www.samajalive.in
Thursday, December 11, 2025
27.1 C
Bhubaneswar

ଟିଟିଲାଗଡ ବିଡିଓଙ୍କୁ ଆକ୍ରମଣ ଘଟଣା, ସୁରକ୍ଷା ପ୍ରତିଶୃତି ପରେ ଧାରଣା ଉଠିଲା

ଟିଟିଲାଗଡ: ଟିଟିଲାଗଡ ବିଡିଓ ନବୀନ ଚନ୍ଦ୍ର ନାୟକଙ୍କୁ ଆକ୍ରମଣ ଘଟଣାକୁ ନେଇ ବ୍ଲକ କର୍ମଚାରୀଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଲମ ଛାଡ ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି। ସୁଚନା ଯେ ଗତ ୨୨ରେ ବିଡିଓଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଜେପି ନେତା କୁନା ଭାଟି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ କର୍ମଚାରୀ ତଥା ବ୍ଲକକୁ ନିତ୍ୟ ଆସୁଥିବା ପଞ୍ଚାୟତ ସ୍ତରୀୟ ଲୋକପ୍ରତିନିଧିଙ୍କ ସୁରକ୍ଷା ଦାବିରେ ବ୍ଲକ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଆଜି ଆନ୍ଦୋଳନର ଦ୍ୱିତୀୟ ଦିବସରେ ମଧ୍ୟ ବିଡିଓ ଶ୍ରୀ ନାୟକ, ଅତିରିକ୍ତ ବିଡିଓ ମହେନ୍ଦ୍ର ପ୍ରଧାନୀ, ବ୍ଲକ ସରପଞ୍ଚ ସଂଘ, ସମିତି ସଭ୍ୟ ତଥା ସମସ୍ତ ପଂଚାୟତ ଏବଂ ବ୍ଲକ କର୍ମଚାରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଲମ ଛାଡ ଆନ୍ଦୋଳନ ଜାରି ରଖିଥିଲେ। ଏନେଇ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ରନାଥ ଶପତଥି ବ୍ଲକ କାର୍ଯ୍ୟାଳୟକୁ ଆସି ଅଭିଯୁକ୍ତର କୋଭିଡ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯାଇଥିବା ସୁଚନା ଦେବା ସହ ବ୍ଲକ କାର୍ଯ୍ୟାଳୟରେ ଆଗାମୀ ଦିନରେ ଏଭଳି ଅପ୍ରିତିକର ପରିସ୍ଥିତି ଏଡାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସୁଚିତ କରିଥିଲେ। ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories