କୋଶଲେଶ୍ୱରୀ ଶକ୍ତି ପୀଠରେ ନବାନ୍ନ ଚରୂ ଅର୍ପଣ

ଟିଟିଲାଗଡ଼ : ପ୍ରତିବର୍ଷ ପରି ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଲଇତରା କୁମୁଡିପଦର କୋଶଲେଇ ବନ ସ୍ଥିତ ମା’ କୋଶଲେଶ୍ୱରୀ ଶକ୍ତି ପୀଠରେ ଶନିବାର ସପ୍ତପୁରୀ ଅମାବାସ୍ୟା ତିଥିରେ ବେଳାରେ ବିଧି ମତେ ନବାନ୍ନ ଚରୂ ଅର୍ପଣ କରାଯାଇଛି। ଚତୁର୍ଦ୍ଦଶୀ ମଧ୍ୟରାତ୍ରରେ ଶାବରି ତନ୍ତ୍ର ବିଧିରେ ପୂଜକମାନେ ଗୁପ୍ତ ପୂଜା ବିଧି ସମ୍ପନ୍ନ କରିଥିଲେ। ଅମାବାସ୍ୟା ତିଥିରେ ଅମୃତ ବେଳାରେ ପୂଜକ ତଥା ଶତାଧିକ ଭକ୍ତଙ୍କ ଗହଣରେ ନବାନ୍ନ ଯଜ୍ଞ ଅନୂଷ୍ଠିତ ହୋଇ ଚାମୁଣ୍ଡା ମନ୍ତ୍ରରେ ଦେବୀଙ୍କ ନିକଟରେ ନବାନ୍ନ ଚରୂ ଅର୍ପଣ କରାଯାଇଛି। ବିଶ୍ୱାସ ଯେ ଭାଦ୍ରପଦ (ଭାଦ୍ରବ) ମାସ ଶୁକ୍ଲପକ୍ଷ ପ୍ରଥମ ଅମାବାସ୍ୟାରେ ଦେବୀ ଗ୍ରାମରେ ନୂଆଖାଇ ରୂପରେ ବିରାଜମାନ କରିବା ଉଦ୍ଦେଶ୍ୟରେ ପ୍ରଥମେ ଅମାବାସ୍ୟା ଦିନ ଧରାବତାର କରିଥାନ୍ତି ଓ ନବାନ୍ନ ଯଜ୍ଞରେ କୋଶଲେଶ୍ୱରୀ ପୀଠରେ ପ୍ରଥମେ ଚରୂ ଗ୍ରହଣ କରନ୍ତି। ଏହା ଏକ ବହୁ ପ୍ରାଚିନ ପରମ୍ପରା ବୋଲି ବିଶିଷ୍ଟ ଗବେଷକ ପ୍ରାଧ୍ୟାପକ ଡ. ଦୋଳଗୋବିନ୍ଦ ବିଶି କହନ୍ତି। ନବାନ୍ନ ଯଜ୍ଞରେ ଯାଜ୍ଞିକ ଭାବରେ କ୍ଷମତା ପ୍ରସନ୍ନ ମହାପାତ୍ର, ଆଦିକନ୍ଦ ଅଗସ୍ତି ତଥା କୃପା ଜାନୀ, ବଳରାମ ଜାନୀ, ରାଏସିଂ ମାଝୀ, ଧୁବା ଜାନୀ, ନିତ୍ୟା ମାଝୀ, ନିଲାମ୍ବର ରଣା ପ୍ରମୁଖ ପୂଜା ବିଧି କର୍ମ ସମ୍ପାଦକ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଗସ୍ତି ସାହୁ, ସାଇକିରଣ ରାଓ, ବିଶିକେସନ ବେହେରା, ଧନିରାମ ବେହେରା, କୈଲାସ ବେହେରା, ସତ୍ୟନାରାୟଣ ବେହେରାମ, ସଦାନନ୍ଦ ହୋତା, ଜଗନ୍ନାଥ ବେହେରା, ତରୁଣ ସାହୁ, ରାଜେନ୍ଦ୍ର ବେହେରା, ଇଶ୍ୱର ନାଗ, ମନୋହର ନାଗ, ବାହାଦୁର ନାଗ, ପର୍ଶୁରାମ ପାଣିଗ୍ରାହୀ, ସତ୍ୟ ବେହେରା, ଶଙ୍କର ରଣା ପ୍ରମୁଖ ଗ୍ରାମର ଭକ୍ତ, ଜାନୀ ଦେହେଲିଆ ସାମିଲ ହୋଇଥିଲେ।

 

kalyan agarbati

Comments are closed.