www.samajalive.in
Sunday, December 14, 2025
23.1 C
Bhubaneswar

ତାଲୁକ ଆଇନସେବା ସମିତି ପକ୍ଷରୁ ଏଡ୍‍ସ ଦିବସ ପାଳିତ

ତିଗିରିଆ: ତାଲୁକ ଆଇନସେବା ସମିତି ତିଗିରିଆ ଆନୁକୂଲ୍ୟରେ ତିଗିରିଆ ବିଚାର ବିଭାଗୀୟ ଅଦାଲତ ପରିସରରେ ବିଶ୍ୱ ଏଡ଼୍‍ସ ଦିବସ ବୁଧବାର ପାଳିତ ହୋଇଯାଇଛି। ଆଇନସେବା ସମିତିର ଅଧ୍ୟକ୍ଷା ତଥା ବିଚାରପତି ସୁମିତ୍ରା କୁମାରୀ ଦାଶ ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିଲେ। ଏଡ଼୍‍ସର ଭୟାବହତା, ସଚେତନତା ଓ ପରବର୍ତ୍ତୀ ଥଇଥାନ, ସାମାଜିକ ଗ୍ରହଣୀୟତା ଉପରେ ବିଭିନ୍ନ ପ୍ରକାର ଆଇନଗତ ଅବତାରଣା ପୂର୍ବକ ବିଶଦ୍‍ଭାବେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ତିଗିରିଆ ଓକିଲ ସଂଘର ସଭାପତି ମଙ୍ଗଳକୃଷ୍ଣ ଦାସ, ବରିଷ୍ଠ ଆଇନଜୀବୀ ବିକ୍ରମ କେଶରୀ ଦାଶ, ସରୋଜ କୁମାର ସାହୁ, ରଞନ କୁମାର ମହାରଣା, ଶରତ ଚନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ମାଝି, ଚନ୍ଦ୍ରମଣି ପଣ୍ଡା, ତନ୍ମୟ କୁମାର ମିଶ୍ର, ଶାନ୍ତନୁ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ତାଲୁକ ଆଇନସେବା ସମିତିର ସହାୟକ ସୂର୍ଯ୍ୟକାନ୍ତ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories