www.samajalive.in
Friday, December 5, 2025
17.1 C
Bhubaneswar

ଦେଶରେ ବଢ଼ିଛନ୍ତି ୭୪୧ ବାଘ, ଓଡ଼ିଶାରେ ଯେତିକି ଥିଲେ ସେତିକି

ନୂଆଦିଲ୍ଲୀ: ଭାରତରେ ଏବେ ଅଛନ୍ତି ୨୯୬୭ ବାଘ। ଏହା ସାରା ବିଶ୍ଵରେ ରହିଥିବା ବ୍ୟାଘ୍ର ସଂଖ୍ୟାର ୭୦ %। ୨୦୧୮ ବ୍ୟାଘ୍ର ଗଣନା ରିପୋର୍ଟରେ ଏହି ତଥ୍ୟ ଦର୍ଶାଯାଇଛି। ଏହି ରିପୋର୍ଟକୁ ମଙ୍ଗଳବାର କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏବଂ ପରିବେଶ ରାଷ୍ଟ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଉନ୍ମୋଚନ କରିଛନ୍ତି। ଆସନ୍ତା ବୁଧବାର ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଥିବାରୁ ଏହାର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାର ୨୦୧୮ ବ୍ୟାଘ୍ର ଗଣନା ରିପୋର୍ଟ ଉନ୍ମୋଚନ କରିଛନ୍ତି।

Image Courtesy: Timesnow news

୨୦୧୪ରେ ଦେଶରେ ୨୨୨୬ ବାଘ ଥିବାବେଳେ ୪ ବର୍ଷରେ ବାଘ ସଂଖ୍ୟାରେ ୭୪୧ ବୃଦ୍ଧି ଘଟିଛି। ୨୦୧୮ରେ ଦେଶରେ ୨୯୬୭ ବାଘ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ମଧ୍ୟପ୍ରଦେଶରେ ସର୍ବାଧିକ ୫୨୬ ବାଘ ରହିଥିବାବେଳେ ଏହା ପଛକୁ କର୍ଣ୍ଣାଟକରେ ୫୨୪, ଉତ୍ତରାଖଣ୍ଡରେ ୪୪୨, ମହାରାଷ୍ଟ୍ରରେ ୩୧୨, ତାମିଲନାଡୁରେ ୨୬୪, କେରଳରେ ୧୯୦, ଉତ୍ତରପ୍ରଦେଶରେ ୧୭୩, ପଶ୍ଚିମବଙ୍ଗରେ ୮୮, ରାଜସ୍ଥାନରେ ୬୯, ଆନ୍ଧ୍ରପ୍ରଦେଶରେ ୪୮, ବିହାରରେ ୩୧, ଅରୁଣାଚଳ ପ୍ରଦେଶରେ ୨୯, ଓଡ଼ିଶାରେ ୨୮, ତେଲେଙ୍ଗାନାରେ ୨୬ ଏବଂ ଛତିଶଗଡ଼ରେ ୧୯ ବାଘ ରହିଥିବା କୁହାଯାଇଛି।

- Advertisement -

ତେବେ ଏହି ରିପୋର୍ଟରୁ ଓଡ଼ିଶାରେ ବାଘ ସଂଖ୍ୟାରେ କୌଣସି ବୃଦ୍ଧି ଘଟି ନ ଥିବା ଜଣାପଡ଼ିଛି। ୨୦୧୪ରେ ରାଜ୍ୟରେ ୨୮ ବାଘ ଥିବାବେଳେ ୨୦୧୮ ବି ସେହି ସମାନ ସଂଖ୍ୟକ ବାଘ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତରେ ୫୦ଟି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ରହିଛି ଏବଂ ସବୁଗୁଡ଼ିକୁ ଉଚ୍ଚମାନର ବୋଲି କେନ୍ଦ୍ରମନ୍ତ୍ରୀ ଜାଭଡେକର ରିପୋର୍ଟ ଉନ୍ମୋଚନ କରିବା ଅବସରରେ କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories