ଭୁବନେଶ୍ବର : ରାଜ୍ୟର କିଛି ସ୍ଥାନରେ ଗୁରୁବାର ଧୂଳିଝଡ଼ ଓ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନ ୫ଟା ୪୫ ପର୍ୟ୍ୟନ୍ତ ୧୨ଟି ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ବାଲେଶ୍ୱର ଜିଲାବାସୀଙ୍କୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି।
ସେହିପରି ରରୁଆଁ, କରଞ୍ଜିଆ, ଶୁକ୍ରୁଳି, କୁସୁମୀ, ପାଟଣା, ଚମ୍ପୁଆ, କେନ୍ଦୁଝର, ଝୁମ୍ପୁରା, ଶାହାରପଡ଼ା, ଯଶୀପୁର, କବିସୂର୍ୟ୍ୟନଗର, ଆସ୍କା, ସାନଖେମୁଣ୍ଡି, ଧରାକୋଟ, ସୋରଡ଼ା, ମୋହନା, ଦିଗପହଣ୍ଡି, ସାନଖେମୁଣ୍ଡି, ଶେରଗଡ଼ ପ୍ରମୁଖ ଅଞ୍ଚଳରେ ଭୀଷଣ ବଜ୍ରପାତ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।
ଧୂଳିଝଡ଼ ଓ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି
Popular Categories



