www.samajalive.in
Wednesday, December 10, 2025
26.1 C
Bhubaneswar

ବୋମା ଧମକ, ଲଣ୍ଡନରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ଲଣ୍ଡନ : ବୋମା ଧମକ ମଳିବା ପରେ ଗୁରୁବାର ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନକୁ ଲଣ୍ଡନ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ଏୟାର ଇଣ୍ଡିଆ ପକ୍ଷରୁ ଟ୍ୱିଟ୍‍ ଯୋଗେ ଏହି ସୂଚନା ଦିଆଯାଇଛି।
ସୂଚନା ଅନୁସାରେ ଏୟାର ଇଣ୍ଡିଆ ବିମାନ ନଂ-ଏଆଇ୧୯୧ରେ ଏକ ବୋମା ଥିବା ଧମକ ମିଳିଥିଲା। ଏହାପରେ ଲଣ୍ଡନ ଷ୍ଟେନଷ୍ଟେଡ ବିମାନ ବନ୍ଦରରେ ବିମାନକୁ ଜରୁରୀ ଅବତରଣ କରାଯାଇଛି। ଏହି ବିମାନ ମୁମ୍ବଇରୁ ଆମେରିକାର ନ୍ୟୁୟର୍କକୁ ଯାତ୍ରା କରୁଥିଲା। ବ୍ରିଟେନ ଯୁଦ୍ଧ ବିମାନ ଏୟାର ଇଣ୍ଡିଆର ଏକ ଯାତ୍ରୀବାହୀ ବିମାନକୁ ସୁରକ୍ଷା ପ୍ରଦାନ କରି ଜରୁରୀ କାଳୀନ ଅବତରଣରେ ସହଯୋଗ କରିଥିବା ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରକାଶ କରିଛି। ବିମାନ ବନ୍ଦର ପକ୍ଷରୁ କୁହାଯାଇଛି ଯେ ଏୟାର ଇଣ୍ଡିଆର ବୋଇଙ୍ଗ ୭୭୭ ବିମାନ ସୁରକ୍ଷିତ ଭାବେ ଜରୁରୀ କାଳନୀ ଅବତରଣ କରିଛି। ଏବେ ରନୱେରେ ଅନ୍ୟ ବିମାନଗୁଡ଼ିକର ଉଡ଼ାଣ ଓ ଅବତରଣ ସ୍ୱାଭାବିକ ଭାବେ ଚାଲିଛି। ଧମକ ନେଇ ଅଧିକ ତଦନ୍ତ ଜାରି ରହିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories