www.samajalive.in
Saturday, December 6, 2025
19.1 C
Bhubaneswar

ଦକ୍ଷିଣ କୋରିଆର ଦୁଇ ବାୟୁସେନା ବିମାନ ମୁହାଁମୁହିଁ ଧକ୍କା; ୩ ପାଇଲଟ୍‌ ମୃତ, ଜଣେ ଗୁରୁତର

ସିଓଲ: ଦକ୍ଷିଣ କୋରିଆ ବାୟୁସେନାର ଦୁଇଟି ପ୍ରଶିକ୍ଷଣ ବିମାନ ଶୁକ୍ରବାର ପରସ୍ପର ମଧ୍ୟରେ ଧକ୍କା ହୋଇଛି। ଫଳରେ ତିନି ଜଣ ପାଇଲଟ୍‌ଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ପାଇଲଟ୍‌ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। କିନ୍ତୁ ମୃତାହତଙ୍କ ବିଷୟରେ ବାୟୁସେନା ପକ୍ଷରୁ ଏଯାବତ୍ କୌଣସି ସୂଚନା ଦିଆ ଯାଇନାହିଁ। ଅଗ୍ନିଶମ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ଖବର ଆଧାରରେ ଦକ୍ଷିଣ କୋରିଆର ଏକ ସମ୍ବାଦ ସରବରାହ ସଂସ୍ଥା ଏହି ସୂଚନା ଦେଇଛି।

ଦକ୍ଷିଣ କୋରିଆ ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦକ୍ଷିଣ ପୂର୍ବ ସହର ସାଚେଓନ୍‌ର ବିମାନ ଘାଟି ନିକଟରେ ପୂର୍ବାହ୍ନ ସମୟରେ ଘଟିଛି ଏହି ଦୁର୍ଘଟଣା। କେଟି-୧ ବିମାନ ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ। ମୃତାହତଙ୍କ ବିଷୟରେ ଜାଣିବାକୁ ତନାଘନା ଚାଲିଛି ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ୩୦ରୁ ଊର୍ଦ୍ଧ୍ବ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories