www.samajalive.in
Friday, December 12, 2025
27.1 C
Bhubaneswar

ମେଡିକାଲରେ ବାରମ୍ବାର ଚୋରି, ୩ ଜଣଙ୍କୁ ବାନ୍ଧିଲା ପୁଲିସ

ସିମୁଳିଆ : ଚୋରି ସାମଗ୍ରୀ ସହ  ୩ ଜଣ ଅଭିଯୁକ୍ତଙ୍କୁ  ଗିରଫ କରି ସିମୁଳିଆ ପୁଲିସ କୋର୍ଟ ଚାଲାଣ କରିଛି । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଖଇରା ବ୍ଲକର ଗରସଙ୍ଗ ଡାକ୍ତରଖାନାରେ ଗତ ୨୧ ତାରିଖରେ ହୋଇଥିବା ଚୋରି ଘଟଣାରେ ସିମୁଳିଆ ପୁଲିସ ୩ ଜଣକୁ ଗିରଫ କରିଥିଲା । ସେମାନଙ୍କଠାରୁ ଏଲଇଡି ଟିଭି, କମ୍ପ୍ୟୁଟର ମନିଟର, ସିପିୟୁ ଏବଂ ନଗଦ ୯ ଶହ ଟଙ୍କା ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ତେବେ ଉକ୍ତ ମେଡ଼ିକାଲରେ ପୁଣି ଆଉଥରେ ଚଳିତ ମାସ ୨ତାରିଖରେ ଚୋରି ହୋଇଥିବା ନେଇ ସିମୁଳିଆ ଥାନାରେ ଅଭିଯୋଗ ପରେ ସିମୁଳିଆ ଥାନା ଅଧିକାରୀଣୀ ସ୍ଵର୍ଣ୍ଣଲତା ମିଞ୍ଜଙ୍କ ନେତୃତ୍ବରେ ସିମୁଳିଆ ପୁଲିସ ତଦନ୍ତ କରି ପୁଣି ଆଉ ୩ଜଣ ଜାମ୍ମୁଝାଡ଼ି ଅଞ୍ଚଳର ବିଷ୍ଣୁ ପ୍ରଧାନଙ୍କ ପୁଅ ନିରାକାର, ତପନ ଦାସଙ୍କ ପୁଅ ଶିବୁ ଏବଂ ବାଡୁଳି ଗ୍ରାମର ଗୌରହରି ବେହେରାଙ୍କ ପୁଅ କାହ୍ନୁ ଚରଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ଏସି ଏବଂ ଗୋଟିଏ ପାଣି ମଟର ଜବତ କରିବା ସହ ସେମାନଙ୍କ ନାଁରେ ଏକ ୨୨୬/୨୪ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

- Advertisement -

ଏ ସଂକ୍ରାନ୍ତରେ ବାଲେଶ୍ବର ସଦର ଏସ.ଡି.ପି.ଓ ଶଶାଙ୍କ ଶେଖର ବେଉରା ପ୍ରେସମିଟ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ବାରମ୍ବାର ଗରସଙ୍ଗ ଓ ଆଖପାଖ ଅଞ୍ଚଳରେ ଚୋରି ହେଉଥିବାବେଳେ ଲୋକେ ଭୟରେ ଆତଙ୍କିତ ଥିବାବେଳେ  ସିମୁଳିଆ ପୁଲିସର ତୁରନ୍ତ ପଦକ୍ଷେପ ସାଧାରଣ ଲୋକମାନଙ୍କୁ ଆଶ୍ୱସ୍ତ କରିଛି ।

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories