ଏସି ରୁମରୁ ବାହାରି ଜିଲ୍ଲାକୁ ଯାଅ – ସଚିବ ଗସ୍ତ କରିବେ ଜିଲ୍ଲା

ଡେସ୍କ: ରାଜ୍ୟରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ଓ ସମୀକ୍ଷା ସହ ସମସ୍ୟା ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଏଣିକି ସଚିବମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବେ। ଏ ନେଇ ବୁଧବାର ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

prayash

ସଚିବ ମାନଙ୍କୁ ଦିଆଯାଇଥିବା ଦାୟିତ୍ୱ ମୁତାବକ ସେମାନେ ବନ୍ଦର, ବିମାନ ବନ୍ଦର, ଶିଳ୍ପ , ପାର୍କ ଓ ମେଡିକାଲ କଲେଜ, ବୃହତ୍ ଜଳସେଚନ ପ୍ରକଳ୍ପ, ପଂଚାୟତ, ଆହାର କେନ୍ଦ୍ର, ଛାତ୍ରାବାସ, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଓ ହସ୍ପିଟାଲ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ପରିଦର୍ଶନ କରି ସରକାରଙ୍କୁ ରିପୋର୍ଟ ଦେବେ। ଏହା ବ୍ୟତୀତ ସଚିବମାନେ ଜିଲ୍ଲା ଖଣିଜ ପାଣ୍ଠି ଥିବା ୮ଟି ଜିଲ୍ଲା ଗସ୍ତ କରି ପାଣ୍ଠି ବିନିଯୋଗ ସମ୍ପର୍କରେ ସମୀକ୍ଷା କରିବେ ବୋଲି କୁହାଯାଇଛି। ରାଜ୍ୟ ସରକାର ପ୍ରତି ୯୦ ଦିନରେ ସଚିବମାନଙ୍କ ଦାୟିତ୍ୱ ପରିବର୍ତ୍ତନ କରିବେ। ଏହି କାର୍ଯ୍ୟକ୍ରମକୁ ଅଧିକ ପାରଦର୍ଶୀ କରିବା ପାଇଁ ଏକ ପୋର୍ଟାଲ ଖୋଲାଯିବ ଓ ସେଥିରେ ସଚିବମାନଙ୍କ ରିପୋର୍ଟ ଅପଲୋଡ଼ ହେବ ବୋଲି କୁହାଯାଇଛି।

kalyan agarbati

Comments are closed.