www.samajalive.in
Saturday, December 6, 2025
23.1 C
Bhubaneswar

ପୁଲିସ କଂଟ୍ରୋଲ ରୁମକୁ ଧମକ; ଯୋଗୀଙ୍କ ପାଖରେ ମାତ୍ର ଆଉ ୫ ଦିନ…

ଉତ୍ତରପ୍ରଦେଶ ପୁଲିସ କଂଟ୍ରୋଲ ରୁମ ହ୍ବାଟ୍‌ସଆପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନଥଙ୍କ ପାଇଁ ଧମକପୂର୍ଣ୍ଣ ବାର୍ତ୍ତା ଦିଆଯାଇଛି। କଂଟ୍ରୋଲ ରୁମରେ ଥିବା କର୍ମଚାରୀମାନେ ମେସେଜ ଦେଖି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଖବର ମିଳିବା କ୍ଷଣି ଅଧିକାରୀମାନେ ତଦନ୍ତ ଆରମ୍ଭ କରିବା ସହିତ ସୁଶାନ୍ତ ଗୋଲ୍ଫ ସିଟି ଥାନାରେ ମାମଲା ରୁଜୁ କରାଯାଇଛି। ପୁଲିସ ମୋବାଇଲ ନମ୍ବର ଆଧାରରେ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚଳାଇଛି।

ଥାନା ନିରୀକ୍ଷକ ସୁଶାନ୍ତ ବିଜୟେନ୍ଦ୍ର ସିଂହଙ୍କ କହିବା ଅନୁସାରେ, ପୁଲିସ କଂଟ୍ରୋଲ ରୁମ ହ୍ବାଟ୍ସଆପ ନମ୍ବରକୁ ଏକ ମେସେଜ ଆସିଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ର ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ବାର୍ତ୍ତା ରହିଥିଲା। ଏହା ସହିତ ମୁଖ୍ୟମନ୍ତ୍ରଙ୍କୁ କ୍ଷତି ପହଞ୍ଚାଇବାକୁ ଧମକ ଦିଆଯାଇଥିଲା।

- Advertisement -

ମେସେସରେ ଲେଖାଯାଇଥିଲା ଯେ, ୫ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ବଡ଼ ଅଘଟଣ ଘଟିବ। ତାଙ୍କ ପାଖରେ ମାତ୍ର ଆଉ ୫ ଦିନ ସମୟ ରହିଛି। ମେସେଜ ମିଳିବା ପରେ ପୁଲିସ ତୁରନ୍ତ ଅନୁସନ୍ଧାନ ଆରମ୍ଭ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତର ଲୋକେଶନ ଠାବ କରାଯାଇ ପାରିନାହିଁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories