www.samajalive.in
Monday, December 8, 2025
14.1 C
Bhubaneswar

ଯେଉଁମାନେ ଲଙ୍କାର ରଙ୍ଗ କଣ ଜାଣନ୍ତି ନାହିଁ, ସେମାନେ କୃଷକମାନଙ୍କ ପାଇଁ କଣ କରିବେ : ସ୍ମୃତି ଇରାନୀ

ମିରଟ୍‌ : ଉତ୍ତରପ୍ରଦେଶର ମିରଟ୍‌ରେ ଭାରତୀୟ ଜନତା ପାର୍ଟିର କିସାନ ସାମାବେଶକୁ ମୁଖ୍ୟ ବକ୍ତା ଭାବରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବିରୋଧୀ ଦଳ ଗୁଡିକ ଉପରେ ଖୁବ୍‌ ବର୍ଷିଛନ୍ତି। ସ୍ମୃତି ଇରାନୀ କହିଛନ୍ତି ଯେ ଯେଉଁମାନେ ୭୦ ବର୍ଷ ମଧ୍ୟରେ କେବଳ କୃଷକଙ୍କୁ ଅତ୍ୟାଚାର କରିଛନ୍ତି ସେମାନେ ଆଜି ନିଜର ରାଜନୈତିକ ଫାଇଦା ପାଇଁ କୃଷକମାନଙ୍କୁ ବ୍ୟବହାର କରୁଛନ୍ତି। କଂଗ୍ରେସ କେବଳ ନିଜର ରାଜନୈତିକ ଶକ୍ତି ବୃଦ୍ଧି କରିବା ପାଇଁ ଚାହେଁ କୃଷକମାନଙ୍କ ହିତ କେବେ ନୁହେଁ ବୋଲି ସ୍ମୃତି ଇରାନୀ ଅଭିଯୋଗ ଆଣିଛନ୍ତି।

ଉତ୍ତରପ୍ରଦେଶର ମିରଟ୍‌ରେ ଭାରତୀୟ ଜନତା ପାର୍ଟିର କିସାନ ସାମାବେଶରେ ମୁଖ୍ୟ ବକ୍ତା ଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମୁଖ୍ୟ ଟାର୍ଗେଟ ଥିଲା ବିରୋଧୀ କଂଗ୍ରେସ। ଉଦବୋଧନ ଦେବା ସମୟରେ ସ୍ମୃତି ଇରାନୀ କହିଛନ୍ତି ଯେ ଲଙ୍କା ସବୁଜ କିମ୍ବା ନାଲି ରାହୁଲ ଗାନ୍ଧୀ ସଂସଦରେ ନିଷ୍ପତ୍ତି ନେଇ ପାରିବେ ନାହିଁ। ସେ କିପରି ଚାଷ ଏବଂ ଚାଷୀ ବିଷୟରେ ଜାଣିବେ?

- Advertisement -

ସ୍ମୃତି ଇରାନୀ ଆହୁରୀ ମଧ୍ୟ କହିଛନ୍ତି ଯେ ବିରୋଧୀଦଳ ନେତାମାନେ କହୁଛନ୍ତି ଯେ ଯେଉଁମାନେ ଚାଷ ବିଷୟରେ ଜାଣି ନାହାଁନ୍ତି, ସେମାନେ ବିଲ୍ ପ୍ରସ୍ତୁତ କରୁଛନ୍ତି, ତେବେ ମୁଁ ସେମାନଙ୍କୁ ପଚାରିବାକୁ ଚାହୁଁଛି ରାହୁଲ ଗାନ୍ଧୀ ଜଣେ କୃଷକ? ସୋନିଆ ଗାନ୍ଧୀ ଜଣେ କୃଷକ? ଏହି ସମୟରେ ସେ ସ୍ମୃତି ଇରାନୀ ଯେ ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ଆମେଥୀ କୃଷକଙ୍କ ଅସୁବିଧା କ’ଣ ଯେଉଁଠାରେ ଗୋଟିଏ ପରିବାର ୫୦ ବର୍ଷଧରି ଶାସନ ଚଳାଇଛି। କନ୍ତୁ ବର୍ତ୍ତମାନ କୃଷକମାନେ ସମୃଦ୍ଧି କରୁଛନ୍ତି। ମୋଦୀ ସରକାରଙ୍କ ନେତୃତ୍ଵରେ କୃଷକମାନଙ୍କ ଉନ୍ନତି ହେଉଛି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ବିଜେପି ସରକାର ଆସିବା ପରେ ଦେଶର ମହିଳାମାନଙ୍କୁ ବାହାରକୁ ଶୌଚ୍ ପାଇଁ ଯିବାକୁ ବନ୍ଦ କରି ସମସ୍ତଙ୍କ ଘରେ ଶୌଚାଳୟ ଯୋଗାଇଦେଲେ। ଆୟୁଷ୍ମାନ ଭାରତ ଯୋଜନାରେ କୃଷକ ପରିବାରକୁ ସ୍ବାସ୍ଥ୍ୟସେବା ଯୋଗାଇବାର ବ୍ୟବସ୍ଥା କରାଗଲା। କୃଷକମାନଙ୍କୁ ଋଣ ଛାଡ କରାଗଲା ଆଉ ଏବେ କୃଷକମାନଙ୍କ ସ୍ବାର୍ଥ ଦୃଷ୍ଟିରୁ ୩୦ ଲକ୍ଷ କୋଟି ଟଙ୍କାର ବଜେଟ ଅନୁମୋଦନ କରାଗଲା।

ବିଜେପି ସରକାର ସବୁବେଳେ କୃଷକଙ୍କ ସ୍ୱାର୍ଥ ପାଇଁ କାମ କରୁଛି

ସ୍ମୃତି ଇରାନୀ କହିଛନ୍ତି ଯେ ବିଜେପି ସରକାର ସବୁବେଳେ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିଆସୁଛନ୍ତି। ଏହା ଆଖୁର ଦେୟ ବୃଦ୍ଧି ହେଉ କିମ୍ବା ଅନ୍ୟାନ୍ୟ କୃଷି ଯୋଜନାରେ ହେଉ । ଦୁଗ୍ଧ ପ୍ରୋଜେକ୍ଟ ପଶୁପାଳନ ବିଭାଗ ସହିତ ଜଡିତ ଯୋଜନା ଏବଂ ଏହିପରି ଅନ୍ୟ ବହୁ ଯୋଜନା ଯାହା କୃଷକମାନଙ୍କ ସହିତ ଜଡିତ । ସେହି ସମସ୍ତ ଯୋଜନାକୁ କେନ୍ଦ୍ର ସରକାର ବହୁ ପରିମାଣର ଅର୍ଥ ଦେଇଛନ୍ତି। ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ବିଜେପି ସରକାର କୃଷକଙ୍କ ସ୍ୱାର୍ଥକୁ ପ୍ରଥମ ସ୍ଥାନ ଦେଇଛନ୍ତି।

ବିରୋଧୀ ଦଳ ଏମଏସପି ବିଷୟରେ କୃଷକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏଥି ସହିତ, କୃଷକମାନେ ଏହା ମଧ୍ୟ ବୁଝିବା ଉଚିତ ଯେ ପୂର୍ବରୁ ସେମାନେ ନିଜ ଉତ୍ପାଦକୁ ଜିଲା ଭିତରେ ପଠାଇବାକୁ ବାଧ୍ୟ ହୋଇଥିଲେ, କିନ୍ତୁ ଆଜି କୃଷକ ଏହାକୁ ଦେଶର ଯେକୌଣସି ସ୍ଥାନରେ ବିନା ବାଧାରେ ବିକ୍ରୀ କରିପାରିବେ ଏବଂ ଏହାର ମୂଲ୍ୟ ସ୍ଥିର କରିବାର ଅଧିକାର ମଧ୍ୟ କୃଷକଙ୍କ ପାଖରେ ରହିବ। ତେଣୁ ଚାଷୀ ନିଜ ଉତ୍ପାଦର ମୂଲ୍ୟ ନିର୍ଦ୍ଧାରଣ କରିବେ । ଚାଷୀଙ୍କ ପାଇଁ ପୂର୍ଣ୍ଣ ସ୍ୱାଧୀନତା ଉପଲବ୍ଧ ରହିବ ଏବଂ ସେମାନେ ପ୍ରଗତିର ପଥରେ ଆଗକୁ ବଢିବେ ବୋଲି ସ୍ମୃତି ଇରାନୀ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories