www.samajalive.in
Sunday, December 14, 2025
26.1 C
Bhubaneswar

ହାତରେ ହୋଇଥିବା ଟାଟୁ ଯୋଗୁଁ ୧୫ ବର୍ଷ ପରେ ଧରାପଡିଲା ଚୋର

ମୁମ୍ବଇ – ୧୫ ବର୍ଷ ପରେ ଧରାପଡିଲା ଚୋର । ହାତରେ ହୋଇଥିବା ଟାଟୁ ଯୋଗୁଁ ଏହି ଚୋର ଧରାପଡିଛି । ଚୋରକୁ ଏବେ ୬୩ ବର୍ଷ ବୟସ । ମୁମ୍ୱଇ ଆଣ୍ଟପହିଲ୍‌ରେ ଏହି ଚୋର ରୁହେ । ୧୫ ବ୍ରଷ ତଲେ ସାୟନ କୋଲିଓ୍ୱାଡାରେ ଥିବା ଏକ ଘରେ ଏହି ଚୋର ତାଲା ଭାଙ୍ଗି ଚୋରି କରିଥିଲା । ଚୋରି ମାମଲାରେ ଧରା ପଡିବା ପରେ ଅଦାଲତରେ ହାଜର ହୋଇଥିଲା । ପରେ ତାର ଶୁଣାଣୀ ସମୟରେ ଚୋର ଆଉ ଧରା ଛୁଆଁ ଦେଇ ନଥିଲା । ଅଦାଲତ ତା ବିରୋଧରେ ଅନେକ ଗିରଫ ବିହୀନ ପରଓ୍ୱାନା ଜାରିକରିଥିଲେ ।

ମାତ୍ର ଚୋର ରାଜ୍ୟ ଛାଡି ଚାଲିଯାଇଥିଲା । ମୁମ୍ବଇ ଏକ ସ୍ୱତନ୍ତ୍ର ଟିମ୍‌ ଫେରାର ବ୍ୟକ୍ତିମାନଙ୍କ ଉପରେ ନଜର ରଖିଥାଆନ୍ତି। ସେମାନଙ୍କ ବିଷୟରେ କୌଣସି ସୂଚନା ମିଳିଲେ ତୁରନ୍ତ ସେମାନଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରି ଥାଆନ୍ତି ।

- Advertisement -

କିଛି ଦିନ ତଳେ ଏହି ଚୋର ତାମିଲନାଡୁରେ ରହିଥିବା କଥା ସୂଚନା ମିଲିଥିଲା । ପୂର୍ବରୁ ଚୋର କରୁ ଧରି ପାଇଁ ପୁଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢଉ କରିଥିଲେ ମଧ୍ୟ କୌଣସି ସଫଳତା ମିଳିନଥିଲା ।

ଚୋର ନାଁ ପରିବର୍ତ୍ତନ କରି ତାମିଲନାଡୁରେ ରହୁଥିଲା । ସେଠାରେ ସେ ତାମିଲନାମ ଦେବା ସହ ଚୋରିରେ ଲିପ୍ତ ଥିଲା । ମୁମ୍ବଇ ପୁଲିସକୁ ସୂଚନା ମିଳିବା ପରେ ତାମିଲନାଡୁ ପୁଲିସ ସହ ଯୋଗାଯୋଗ କରାଯାଇଥିଲା । ତାହାର ଚିହ୍ନଟ ଦାଗ ବିଷୟରେ ହାତରେ ଥିବା ଟାଟୁ କଥା ବର୍ଣ୍ଣନା ଥିଲା । ପରେ ଏହି ଚୋର ସହ ଟାଟୁ ମିଶିବାରୁ ତାକୁ ପଚରା ଉଚରା କରାଯାଇଥିଲା ।

ଚୋର ଚୋରି କଥା ସ୍ୱୀକାର କରିଥିଲା । ସେ ଜାମିନ୍‌ ପାଇବା ପରେ ଗୋଟିଏ ସ୍ଥାନରେ ରହୁ ନଥିଲା ।

 

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories