www.samajalive.in
Monday, December 8, 2025
14.1 C
Bhubaneswar

୧୮୮ ଦିନ ପରେ ଆଜିଠୁ ଖୋଲିଲା ତାଜମହଲ, ପ୍ରଥମ ଟିକଟ କିଣିଲେ ଚୀନ୍ ପର୍ଯ୍ୟଟକ

ନୂଆଦିଲ୍ଲୀ: ଦୀର୍ଘ ୧୮୮ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ତାଜମହଲ ଖୋଲିଛି। କରୋନା ମହାମାରୀ ଯୋଗୁ ଦୁନିଆର ସପ୍ତାଶ୍ଚର୍ୟ୍ୟ ମଧ୍ୟରୁ ଅନ୍ୟତମ ତାଜମହଲ ଗତ ମାର୍ଚ୍ଚ ୧୭ରୁ ବନ୍ଦ ରହିଥିଲା ।

- Advertisement -

କରୋନା ପାଇଁ ତାଜମହଲକୁ ଦେଖିବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରାଯାଇଛି। ଏହି ସତର୍କତା ମଧ୍ୟରେ ପର୍ଯ୍ୟଟକମାନେ ତାଜମହଲ ଦେଖିବା ଆରମ୍ଭ କରିଛନ୍ତି। ତାଜମହଲରେ ପ୍ରଥମ ପ୍ରବେଶ ପାାଇଁ ଚାଇନାର ଜଣେ ପର୍ଯ୍ୟଟକ ଟିକଟ କିଣିଥିଲେ। ତାଜମହଲର ଟିକେଟ୍ ୱିଣ୍ଡୋ ବନ୍ଦ ରହିଛି ଏବଂ ଅନଲାଇନରେ ଟିକେଟ୍ ସଂଗ୍ରହ ପାଇଁ ବ୍ୟବସ୍ଥା କରାଯାଇଛି। ୫ ପର୍ଯ୍ୟଟକଙ୍କୁ ତାଜମହଲର ସମାଧି କୋଠରୀକୁ ଯିବାକୁ ଅନୁମତି ଦିଆଯାଉଛ୍। ଡିଜିଟାଲ ପେମେଣ୍ଟ ଦ୍ୱାରା ପାର୍କିଂ ଟିକେଟ୍ ଏବଂ ଅନ୍ୟାନ୍ୟ ଦେୟ ପ୍ରଦାନ କରାଯାଉଛି।

ତାଜମହଲ ମଧକୁ ଦୈନିକ ୫ ହଜାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ କଡ଼ାକଡ଼ି ଭାବେ କରୋନା ଗାଇଡଲାଇନ୍ ପାଳନ କରାଯିବା ଉପରେ ଗୁରୁତ୍ବ ଦିଆଯାଉଛି। ତାଜମହଲରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କାନିଂ ଜୋତା ସାନିଟାଇଜ ମଧ୍ୟ କରାଯାଉଛି। କରୋନା ମହାମାରୀ ପାଇଁ ସାମାଜି ଦୂରତ୍ବକୁ କଡ଼ାକଡ଼ି ପାଳନ କରାଯାିଛି। ଏଥିପାଇଁ ଗୁପ୍ ଫଟୋ ଉଠାଇବାକୁ ବାରଣ କରାଯାଇଛି। ସେହିପରି ଆଗ୍ରାଫୋର୍ଟ ମଧ୍ୟ ପର୍ୟ୍ୟଟକଙ୍କ ପାଇଁ ଖୋଲାରହିବ। ସେଠାରେ ୨୫ଶହ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories