www.samajalive.in
Tuesday, December 9, 2025
15.1 C
Bhubaneswar

ଘରକୁ ଫେରିଲା ବିଶ୍ୱର ସବୁଠାରୁ କ୍ଷୁଦ୍ର ଶିଶୁ

ବେଜିଂ: ଜନ୍ମ ସମୟରେ ବିଶ୍ୱର ସବୁଠାରୁ କ୍ଷୁଦ୍ର ଶିଶୁର ମାନ୍ୟତା ପାଇଥିବା ଶିଶୁ ୧୩ ମାସ ଡାକ୍ତରଖାନାରେ ରହିବା ପରେ ଏବେ ଘରକୁ ଫେରିଛି। କ୍ୱେକ ୟୁ ଜୁଆନ୍‍ ନାମକ ଏହି ଶିଶୁ ଜନ୍ମ ସମୟରେ ତାହାର ଓଜନ ମାତ୍ର ୨୧୨ ଗ୍ରାମ ହୋଇଥିଲା, ଯାହା ଏକ ବଡ ସେଓର ଓଜନ ସହିତ ପାଖାପାଖି ସମାନ। ୨୦୨୦ ଜୁନ ୯ ତାରିଖରେ ଶିଶୁଟି ଜନ୍ମ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ନିର୍ଦ୍ଧାରିତ ସମୟର ଚାରିମାସ ପୂର୍ବରୁ ଏହି କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତାହାର ଆକାର, ଓଜନ ଏବଂ ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଜନ୍ମ ନେଇଥିବାରୁ ତାହାର ସ୍ୱତନ୍ତ୍ର ଯତ୍ନ ନିଆଯିବା ଆବଶ୍ୟକ ପଡିଥିଲା। ସେଥିପାଇଁ ତାକୁ ଡାକ୍ତରଖାନାରେ ରଖାଯାଇଥିଲା।
ଶିଶୁର ଯତ୍ନ ନେଉଥିବା ଜଣେ ସେବିକା ଝାଙ୍ଗ ସୁହେ କହିଛନ୍ତି, ଉକ୍ତ ଶିଶୁର ଜନ୍ମ ପରେ ତାହାକୁ ଦେଖି ସେ ଆଚମ୍ବିତ ହୋଇଯାଇଥିଲେ। ତୁରନ୍ତ ବିଭାଗୀୟ ମୁଖ୍ୟ ଡାକ୍ତରଙ୍କ ସହିତ ଆଲୋଚନା କରି ତାହାର କିଭଳି ଯତ୍ନ ନିଆଯିବ ତାହା ସ୍ଥିର କରିଥିଲେ। ତାଙ୍କର ୨୨ ବର୍ଷ ଚାକିରିକାଳ ମଧ୍ୟରେ ସେ ଏଭଳି ଏକ କ୍ଷୁଦ୍ର ଶିଶୁ ଜନ୍ମହେବା ଦେଖିନଥିଲେ। ଦୀର୍ଘ ୧୩ ମାସ ରହିବା ପରେ ଏବେ ଶିଶୁର ଓଜନ ୬.୩ କିଲୋଗ୍ରାମରେ ପହଞ୍ଚିଛି ଏବଂ ଚାଇନାର ନ୍ୟାସନାଲ ୟୁନିଭରସିଟି ହସପିଟାଲରୁ ତାକୁ ଜୁଲାି ୯ ତାରିଖରେ ଘରକୁ ପଠାଇ ଦିଆଯାଇଛି। ଶିଶୁଟି ଜୀବିତ ରହିପାରିଥିବାରୁ ଡାକ୍ତରଖାନାର ଡାକ୍ତରଙ୍କ ଠାରୁ ନେଇ ସମସ୍ତ କର୍ମଚାରୀ ଭଗବାନଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି। ଏହା ପୂର୍ବରୁ ଆମେରିକାରେ ୨୦୧୮ରେ ଏକ କ୍ଷୁଦ୍ର କନ୍ୟା ସନ୍ତାନ ଜନ୍ମ ହୋଇଥିଲା, ଯାହାର ଓଜନ ଜନ୍ମ ସମୟରେ ମାତ୍ର ୨୪୫ ଗ୍ରାମ ରହିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories