www.samajalive.in
Monday, December 8, 2025
14.1 C
Bhubaneswar

ଅଣାୟତ୍ତ ଆଫଗାନିସ୍ତାନ ପରିସ୍ଥିତି

କାବୁଲ/ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଗୃହଯୁଦ୍ଧ ଭୟଙ୍କର ହେବା ପରିପ୍ରେକ୍ଷୀରେ ଭାରତ ସରକାର ସେଠାରେ ଥିବା ନିଜ ଦେଶର ନାଗରିକଙ୍କୁ ତୁରନ୍ତ ସ୍ବଦେଶ ପଳାଇଆସିବାକୁ ପରାମର୍ଶ ଦେଇଛନ୍ତି। ଏମିତିକି ବାଣିଜ୍ୟିକ ବିମାନ ଚଳାଚଳ ବନ୍ଦ ହେବା ପୂର୍ବରୁ ସମସ୍ତେ ​ସୁରକ୍ଷିତ ‌େ‌ଫରିଆସିବାକୁ ସରକାର କହିଛନ୍ତି। ଏଥିସହିତ ଭାରତ ସରକାର ମଙ୍ଗଳବାର ମଜାର-ଇ-ସରିଫସ୍ଥିତ ଦୂତାବାସକୁ ସାମୟିକ ବନ୍ଦ କରିଦେଇଛନ୍ତି। ମୋଟ ୪ଟି ଦୂତାବାସରେ ଥିବା ସମସ୍ତ କୂଟନୀତିଜ୍ଞ ଓ ସୁରକ୍ଷା ଅଧିକାରୀଙ୍କୁ ମଙ୍ଗଳବାର ରାତି ସୁଦ୍ଧା ସ୍ବତନ୍ତ୍ର ବିମାନ ଯୋଗେ ଭାୟା କାବୁଲ ନ ହୋଇ ସିଧା ନୂଆଦିଲ୍ଲୀ ଫେରାଇ ଆଣିବା ବନ୍ଦୋବସ୍ତ କରାଯାଉଛି। କେବଳ କାବୁଲସ୍ଥିତ ଦୂତାବାସ ଏବେ ଖୋଲା ରହିବ ବୋଲି ସରକାର କହିଛନ୍ତି। ପୂର୍ବରୁ ସରକାର ଜଲାଲାବାଦଳ, ମାଜାର, କାନ୍ଦାହାର ଓ ହେରାତ୍‌ ଅଧା କୂଟନୀତିଜ୍ଞ ଓ ଦୂତାବାସ କର୍ମଚାରୀଙ୍କୁ ଫେରାଇ ଆଣିଥିଲେ। ଆଫଗାନିସ୍ତାନରେ ସମ୍ପ୍ରତି ପ୍ରାୟ ୧୫୦୦ ଭାରତୀୟ ଅବସ୍ଥାନ କରୁଥିବା ସରକାରୀ ସୂତ୍ରରୁ ପ୍ରକାଶ।

ଇତିମଧ୍ୟରେ ତାଲିବାନ ଆତଙ୍କବାଦୀମାନେ ଦେଶର ୬ ପ୍ରାଦେଶିକ ରାଜଧାନୀକୁ ଦଖଲ କରିସାରିଲେଣି। ସରକାରୀ ସେନା ସହିତ ସେମାନଙ୍କର ଘମାଘୋଟ ଲଢ଼େଇ ଜାରି ରହିଛି। ଏଥିରେ ବହୁ ସଂଖ୍ୟକ ଶିଶୁ ଓ ମହିଳାଙ୍କର ମୃତ୍ୟୁ ହେଉଛି। ମହିଳାମାନେ ନିର୍ଯାତନାର ଶିକାର ମଧ୍ୟ ହେଉଛନ୍ତି। ତାଲିବାନ ଏବେ କାନ୍ଦହାର ଓ ହେଲମଣ୍ଡ ଦଖଲ ଉଦ୍ୟମ ଚଳାଇଛି। ଏହା ପରେ ମଜାର-ଇ-ସରିଫ ଦଖଲ ଅଭିଯାନ ଯୋଜନା କରିଛି। ଏ ସମ୍ପର୍କରେ ତାଲିବାନ ପକ୍ଷରୁ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦିଆଯାଇଛି। ଆମେରିକା ସେନା ଚଳିତ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରତ୍ୟାହୃତ ହେବା ପ୍ରକ୍ରିୟା ଜାରି ରହିଛି। ଏହାସତ୍ତ୍ବେ ଆମେରିକା ବିମାନବାହିନୀ ପକ୍ଷରୁ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ଜାରି ରହିଛି।

- Advertisement -

ବିବ୍ରତ ଆଫଗାନିସ୍ତାନର ଅସ୍ରଫ ଘନି ସରକାର ଭାରତୀୟ ବିମାନବାହିନୀର ସହାୟତା ଲୋଡ଼ିଛନ୍ତି। ଭାରତୀୟ ବିମାନବାହିନୀ ତାଲିବାନ ଦମନ ପାଇଁ ଆଫଗାନ୍‌ ବିମାନବାହିନୀକୁ ସମର୍ଥନ ନକଲେ ଦେଶ ଭାସିଯିବ ବୋଲି ଘନି ମଙ୍ଗଳବାର କହିଛନ୍ତି। ଏ ନେଇ ଆଫଗାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ହନିଫ ଅତ୍‌ମାର ଭାରତୀୟ ପ୍ରତିପକ୍ଷ ଏସ୍‌. ଜୟଶଙ୍କରଙ୍କ ସହ ଆଲୋଚନା କରିବା ପରେ ଭାରତୀୟ ବିମାନବାହିନୀ କର୍ତ୍ତୃପକ୍ଷ ବିଚାରବିମର୍ଶ ଚଳାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜାତିସଂଘ ମାନବୀୟ ସଂଗଠନ ମୁଖ୍ୟ ମାର୍ଟିନ ଗ୍ରିଫିତ୍‌ସ ଆଫଗାନିସ୍ତାନରେ ମହିଳାଙ୍କ ଦୁରବସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି। ମହିଳା ଓ ଶିଶୁଙ୍କ ସମେତ ହଜାର ହଜାର ସାଧାରଣ ନାଗରିକଙ୍କ ଜୀବନ ରକ୍ଷା ପାଇଁ ତୁରନ୍ତ ଅସ୍ତ୍ରବିରତି ଘୋଷଣା କରିବାକୁ ସେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ସେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ଙ୍କ ସହ ଆଲୋଚନା କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories