www.samajalive.in
Wednesday, December 10, 2025
18.1 C
Bhubaneswar

ପଢ଼ିବା ବାହାନାରେ ପିଓକେ ଯାଇଥିବା ୫୭ କାଶ୍ମୀର ଯୁବକ ଏବେ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ୫୭ଯୁବକ ଅଧ୍ୟୟନ ଆଳରେ ୨୦୧୭-୨୦୧୮ରେ ଭାରତୀୟ ଭିସା ନେଇ ପାକ୍‌ ଅଧିକୃତ କାଶ୍ମୀର (ପିଓକେ) ଯାଇଥିଲେ ମଧ୍ୟ ସେଠାରେ ପାଠ ନ ପଢ଼ି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ସୂଚନା ମିଳିଛି। ମଙ୍ଗଳବାର ରାଜୌରୀଠାରେ ଜାମ୍ମୁ-କାଶ୍ମୀର ପୁଲିସ ମହାନିର୍ଦେଶକ ଦିଲବାଗ ସିଂହ ଏହି ସୂଚନା ଦେଇଛନ୍ତି। ସମ୍ପୃକ୍ତ ଯୁବକଙ୍କ ମଧ୍ୟରୁ ୧୭ଜଣ ଅସ୍ତ୍ରଶସ୍ତ୍ର ସହ କାଶ୍ମୀର ଫେରିଥିବାବେଳେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ପ୍ରାଣ ହରାଇଥିବା ଏବଂ ଆଉ ୧୩ ଜଣ ଏବେ ବି ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଇ ବୁଲୁଥିବା ଦିଲ୍‌ବାଗ କହିଛନ୍ତି। ଅନ୍ୟ ୧୭ଜଣ ଏବେ ପାକ୍‌ ଅଧିକୃତ କାଶ୍ମୀରରେ ରହୁଥିବା ସମ୍ପର୍କରେ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିବା ସେ କହିଛନ୍ତି। ପାଠପଢା ଓ ପର୍ଯ୍ୟଟନ ବାହାନାରେ କାଶ୍ମୀର ଯୁବକ ପାକିସ୍ତାନ ଚାଲିଯିବା ଏବଂ ସେଠାରେ ଆତଙ୍କବାଦୀ ତାଲିମ ନେବା ସହ ଏଭଳି ସଂଗଠନରେ ସାମିଲ ହେଉଥିବାର ବହୁ ପ୍ରମାଣ ରହିଥିବାବେଳେ ସେମାନଙ୍କ ଉପରେ ପୁଲିସ କଡ଼ା ନଜର ରଖିଥିବା ଦିଲ୍‌ବାଗ କହିଛନ୍ତି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories