www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟ ହାତରେ ଓବିସି ତାଲିକା ପ୍ରସ୍ତୁତି କ୍ଷମତା

ନୂଆଦିଲ୍ଲୀ: ସମ୍ବିଧାନର ୧୨୭ତମ ସଂଶୋଧନ ବିଧେୟକ ମଙ୍ଗଳବାର ଲୋକସଭାରେ ଗୃହୀତ ହୋଇଛି। ଏଥିରେ ବହୁଚର୍ଚ୍ଚିତ ଅନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ନିଜସ୍ବ ଚିହ୍ନଟ ପ୍ରକ୍ରିୟା ଓ ତାଲିକା ପ୍ରସ୍ତୁତି କ୍ଷମତା ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି। ସୋମବାର ସରକାରଙ୍କ ପକ୍ଷରୁ ଲୋକସଭାରେ ସାମାଜିକ କଲ୍ୟାଣ ଓ ସଶକ୍ତୀକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାରଙ୍କ ଦ୍ବାରା ଆଗତ ଏହି ବିଧେୟକକୁ ବିରୋଧୀ ଦଳଗୁଡ଼ିକ ସମର୍ଥନ କରିବାରେ ଏହା ସ୍ବଚ୍ଛନ୍ଦରେ ଗୃହୀତ ହୋଇଛି। ଗୃହରେ ଉପସ୍ଥିତ ୩୮୫ ସଦସ୍ୟ ଏହାକୁ ସମର୍ଥନ କରିଥିଲାବେଳେ କେହି ବିରୋଧ କରି ନ ଥିଲେ। ଏହି ବିଧେୟକ ଆଇନରେ ପରିଣତ ହେଲେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ନିକଟକୁ ସେମାନଙ୍କ ରାଜ୍ୟରେ ଓବିସି ବର୍ଗଙ୍କୁ ଚିହ୍ନଟ, ସେମାନଙ୍କ ତାଲିକା ପ୍ରସ୍ତୁତି ଓ ସଂରକ୍ଷଣ କ୍ଷମତା ମିଳିବ। ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ସଂସଦ ଅଧିବେଶନ ପେଗାସସ୍‌ ଗୁଇନ୍ଦାଗିରି ଓ କୃଷକ ଆନ୍ଦୋଳନକୁ ନେଇ ଅଦ୍ୟାବଧି ସୁଚାରୁରୂପେ ଚାଲିପାରି ନ ଥିବାବେଳେ ହଠାତ୍‌ ଓବିସି ପ୍ରସଙ୍ଗରେ ଶାସକ ଓ ବିରୋଧୀ ଏକାଠି ହୋଇଯିବା ଏବଂ ସରକାରଙ୍କ ଦ୍ବାରା ଆଗତ ବିଧେୟକକୁ କଂଗ୍ରେସ ସମେତ ୧୪ଟି ବିରୋଧୀ ଦଳ ସମର୍ଥନ କରିବା ରାଜନୈତିକ ମହଲକୁ ବିସ୍ମିତ କରିଛି।

ସୋମବାର ବିରୋଧୀ ଦଳଗୁଡ଼ିକ ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ବରେ ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବିଧେୟକକୁ ସମର୍ଥନ ସମ୍ପର୍କରେ ଘୋଷଣା କରିଥିଲେ। ସେମାନେ ୨୦୧୮ରେ ସମ୍ବିଧାନର ୧୦୨ତମ ସଂଶୋଧନ ସମୟରେ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଦୂର କରି ରାଜ୍ୟଗୁଡ଼ିକୁ ଓବିସି ତଥା ଏସ୍‌ଇବିସି (ସାମାଜିକ ଓ ଶିକ୍ଷାଗତ ବା ଅର୍ଥନୈତିକ ପଛୁଆ ବର୍ଗ)ଙ୍କ ମାମଲାରେ ନିଜସ୍ବ ଅଧିକାର ସାବ୍ୟସ୍ତ କରିବାର ସୁଯୋଗ ପ୍ରଦାନ ପାଇଁ ଦାବି କରିଆସୁଥିଲେ। ଏବେ ତାହା ମିଳିବାକୁ ଥିବାରୁ ୧୨୭ତମ ସଂଶୋଧନ ପ୍ରସ୍ତାବକୁ ସମର୍ଥନ କରୁଥିବା ଦର୍ଶାଇଥିଲେ। ମଙ୍ଗଳବାର ଲୋକସଭାରେ ବିଧେୟକ ଉପରେ ଆଲୋଚନାବେଳେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ସମାନ ମତ ବ୍ୟକ୍ତ କରି କହିଥିଲେ ଯେ କେଉଁ ସରକାର ସମୟରେ ବିଧେୟକ ଗୃହୀତ ହୋଇଛି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ। ୨୦୧୮ରେ ସରକାର ଆମ କଥା ଶୁଣିଥିଲେ ଏବେକା ପରିସ୍ଥିତି ଉପୁଜି ନ ଥାଆନ୍ତା କିମ୍ବା ଏହି ସଂଶୋଧନ ଆବଶ୍ୟକ ପଡ଼ି ନ ଥାଆନ୍ତା ବୋଲି ଚୌଧୁରୀ କହିଥିଲେ।

- Advertisement -

ସଂସଦର ମୌସୁମି ଅଧିବେଶନରେ ବିରୋଧୀଙ୍କ ହୋହଲ୍ଲା ଲାଗି ରହିଥିବାବେଳେ ମଙ୍ଗଳବାର ଲୋକସଭାରେ ୩ଟି ବିଧେୟକ ଗୃହୀତ ହୋଇଛି। ରାଜ୍ୟ ସରକାରଙ୍କୁ ନିଜସ୍ବ ଓବିସି ତାଲିକା ପ୍ରସ୍ତୁତି ନିମନ୍ତେ କ୍ଷମତା ପ୍ରଦାନ ବିଧେୟକ ସମେତ ଜାତୀୟ ଆୟୋଗ ଭାରତୀୟ ଭେଷଜ ବ୍ୟବସ୍ଥା (ସଂଶୋଧନ) ବିଧେୟକ ୨୦୨୧ ଓ ହୋମିଓପ୍ୟାଥି (ସଂଶୋଧନ) ବିଧେୟକ ୨୦୨୧ ଗୃହୀତ ହୋଇଛି।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories