www.samajalive.in
Sunday, December 14, 2025
26.1 C
Bhubaneswar

ଜବତ ନକଲି ସାମଗ୍ରୀ ପୋତା ହେଲା

ଚୌଦ୍ୱାର : ସେପ୍ଟେମ୍ବର ମାସ ୧୪ତାରିଖରେ କମିଶନରେଟ ପୁଲିସ ତରଫରୁ ଚୌଦ୍ୱାର ପୌରପାଳିକାର ୯ନଂ ୱାର୍ଡ ବାଳିକା ବିଦ୍ୟାଳୟ ନିକଟରେ ଗୋଟିଏ ଘରେ ଏକ ନକଲି ଘିଅ ଓ ସସ୍ ତିଆରି କରି ବଜାରରେ ବିକ୍ରି କରାଯାଉଥିବା ଖବରପାଇ କାରଖାନା ଉପରେ ଚଢଉ କରାଯାଇଥିଲା। ଚଢଉ ସମୟରେ ଉକ୍ତ ଘର ଭିତରୁ ବିପୁଳ ପରିମାଣର ନାମୀଦାମୀ ବ୍ରାଣ୍ଡର ଅପମିଶ୍ରିତ ଘିଅ ଓ ସସ୍ ଜବତ କରିଥିଲା ଚୌଦ୍ୱାର ପୁଲିସ। ଏହି ଘଟଣାରେ ପୁଲିସ କମ୍ପାନୀର ମାଲିକକୁ ଗିରଫ କରି କୋର୍ଟ ଚାଲଣ କରିଥିବା ବେଳେ କାରଖାନାକୁ ସିଲ କରିଥିଲା। କୋର୍ଟର ନିର୍ଦ୍ଦେଶକ୍ରମେ ଜୋନ-୧ଏସିପି ଅମରେନ୍ଦ୍ର ପଣ୍ଡା, ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି, ଏସ୍ଆଇ ବୃନ୍ଦାବନ ସାହୁ ଓ ଚୌଦ୍ୱାର ଥାନା କର୍ମଚାରୀ ଉପସ୍ଥିତିରେ ରବିବାର ଏହି ସବୁ ନକଲି ଘିଅ, ସସ୍ ବୋତଲ ଓ ପ୍ରସ୍ତୁତ ପାଇଁ ବ୍ୟବହୃତ କଞ୍ଚାମାଲ ଗୁଡିକୁ ସ୍ଥାନୀୟ ବଧୀ ପଡିଆ ନିକଟରେ ଗାତ ଖୋଳାଯାଇ ପୋତାଯାଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories