www.samajalive.in
Sunday, December 14, 2025
26.1 C
Bhubaneswar

ରକ୍ତାକ୍ତ ଅବସ୍ଥାରେ ହରିଣ ଉଦ୍ଧାର

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ନିକଟସ୍ଥ ଲଖାରି ଜଙ୍ଗଲରୁ ଏକ ଅଣ୍ଡିରା ହରିଣ କୌଣସି କାରଣରୁ ଆଘାତ ପାଇ ରକ୍ତାକ୍ତ ଅବସ୍ଥାରେ ନିଜ ଜୀବନକୁ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଦୌଡ଼ି ଆସି ଗୁକୁରିଗୁଡ଼ା ଗ୍ରାମର ଜଣକ ଗୁହାଳ ଘରେ ପଶି ଯାଇଥିଲା। ଗ୍ରାମବାସୀ ଏହା ଦେଖିବାପରେ ହରିଣଟିକୁ ଉଦ୍ଧାର କରି ଚାନ୍ଦିପୁଟ ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ। ତାପରେ ହରିଣକୁ ମୋହନା ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଅଣାଯାଇ ଚିକିତ୍ସା କରାଯାଇଥିଲା। ହରିଣର ଗୋଡରେ ଗଭୀର ଆଘାତ ଲାଗିବା ସହ ଗୋଡ଼ ମଧ୍ୟରେ ଏକ ଲୁହା ତାର ପଶି ରହିଥିଲା ଏବଂ ଶିଙ୍ଘରେ ମଧ୍ୟ ଆଘାତ ଲାଗିଥିବା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ବୀରେନ୍ଦ୍ର ପଣ୍ଡା କହିଛନ୍ତି । ଚିକିତ୍ସା କରାଯିବା ପରେ ହରିଣଟିକୁ ତପ୍ତପାଣି ମୁଗବିହାରକୁ ପଠାଯିବା ସହ ଶିକାରୀର ଫାଶ ଯୋଗୁଁ ନା ଅନ୍ୟ କୌଣସି କାରଣରୁ ଏପରି ଘଟିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ଜିଲ୍ଲା ବନାଞ୍ଚଳ ଅଧିକାରୀ ସଂଗ୍ରାମ କେଶରୀ ବେହେରା ସୂଚନା ଦେଇଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories