www.samajalive.in
Monday, December 8, 2025
20.1 C
Bhubaneswar

ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ ଉଦ୍ୟାନ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ‘ଉଦ୍ୟାନୋତ୍ସବ’ର ଶୁଭାରମ୍ଭ କରିବେ। ଆସନ୍ତାକାଲିଠାରୁ ମୋଗଲ ଉଦ୍ୟାନ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲା ରହିବ। ସତର୍କତାମୂଳକ ପଦକ୍ଷେପ ଭାବରେ, ଚଳିତ ବର୍ଷ ୱାକ-ଇନ୍‍ ପ୍ରବେଶ ଉପଲବ୍ଧ ହେବ ନାହିଁ। ଭ୍ରମଣକାରୀଙ୍କୁ କେବଳ ଅଗ୍ରୀମ ଅନଲାଇନ ଟିକଟ ବୁକିଂ ମାଧ୍ୟମରେ ଉଦ୍ୟାନ ବୁଲି ଦେଖିବାକୁ ଅନୁମତି ଦିଆଯିବ। ଲୋକମାନେ rastrapatisachivalaya.gov.in ୱେବ୍‍ସାଇଟ୍‍ ମାଧ୍ୟମରେ ଏଥିପାଇଁ ବୁକିଂ କରିପାରିବେ।

ପ୍ରତ୍ୟେକ ଥରରେ ସର୍ବାଧିକ ୧୦୦ ଜଣ ବ୍ୟକ୍ତିଙ୍କୁ ଉଦ୍ୟାନ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଏହାଛଡ଼ା ଭ୍ରମଣ ସମୟରେ ଦର୍ଶକମାନଙ୍କୁ କୋଭିଡ ନିୟମାବଳିଗୁଡିକୁ ମାନିବାକୁ ପଡିବ ବୋଲି ଜଣାପଡ଼ିଛି। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ଵ ବଜାୟ ରଖିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ପ୍ରବେଶ ଦ୍ଵାରରେ ଥର୍ମାଲ ସ୍କ୍ରିନିଂ କରାଯିବ। କୋଭିଡ-୧୯ ସଂକ୍ରମିତ ବ୍ୟକ୍ତିମାନଙ୍କୁ ଏହି ଭ୍ରମଣ ପାଇଁ ଅନୁମତି ଦିଆଯିବ ନାହିଁ।

- Advertisement -

ସମସ୍ତ ଭ୍ରମଣକାରୀଙ୍କ ପାଇଁ ପ୍ରବେଶ ଏବଂ ପ୍ରସ୍ଥାନ ରାଷ୍ଟ୍ରପତିଙ୍କ ଇଷ୍ଟେଟ ଗେଟ ନମ୍ବର ୩୫ରୁ ହେବ, ଯେଉଁଠାରେ ଉତ୍ତର ଆଭେନ୍ୟୁ ରାଷ୍ଟ୍ରପତି ଭବନକୁ ସଂଯୋଗ ହୋଇଛି। ପାଣି ବୋତଲ, ଛୋଟ ବାକ୍ସ, ହ୍ୟାଣ୍ଡବ୍ୟାଗ/ମହିଳା ପର୍ସ, କ୍ୟାମେରା, ରେଡିଓ/ଟ୍ରାଞ୍ଜିଷ୍ଟର, ବାକ୍ସ, ଛତା, ଖାଦ୍ୟପଦାର୍ଥ ଇତ୍ୟାଦି ନଆଣିବା ପାଇଁ ଭ୍ରମଣକାରୀଙ୍କୁ ଅନୁରୋଧ କରାଯାଇଛି। ସର୍ବସାଧାରଣ ମାର୍ଗର ବିଭିନ୍ନ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜର, ପାନୀୟ ଜଳ, ଶୌଚାଳୟ, ପ୍ରାଥମିକ ଚିକିତ୍ସା/ମେଡିକାଲ ସୁବିଧା ଇତ୍ୟାଦି ଯୋଗାଇ ଦିଆଯାଉଛି। ବାର୍ଷିକ ମୋଗଲ ଉଦ୍ୟାନ ଦେଖିବା ସହିତ ଲୋକମାନେ ରାଷ୍ଟ୍ରପତି ଭବନ ଏବଂ ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଏବଂ ଅଭିବାଦନ ସମାରୋହର ପରିବର୍ତ୍ତନ କାର୍ଯ୍ୟକ୍ରମକୁ ମଧ୍ୟ ଦେଖିପାରିବେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories