www.samajalive.in
Monday, December 8, 2025
27.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ପିଆଜ, ଫୁଲକୋବିର ଆଶ୍ଚର୍ଯ୍ୟଜନକ ଲାଭ

ସବୁଜ ପନିପରିବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏହା ଶରୀରକୁ ପୋଷକ ତତ୍ୱ ଯୋଗାଇଥାଏ। ମାତ୍ର ଏହାଛଡ଼ା କିଛି ଧଳା ରଙ୍ଗର ପରିବା ଅଛି, ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହି ସମସ୍ତ ପନିପରିବାକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଜାଣନ୍ତୁ. ଛତୁ, (ମସରୁମ), ଫୁଲକୋବି, ଆଳୁ, ପିଆଜ ଏଥିରୁ କି କି ପୋଷକ ତତ୍ୱ ମିଳେ
ପିଆଜ –
ପିଆଜରେ ଖାଦ୍ୟର ସ୍ୱାଦକୁ ବଢାଇବା ସହ ନିୟମିତ ଏହାକୁ ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସହଜରେ ଥଣ୍ଡାକାଶ ହୋଇନଥାଏ।
ରକ୍ତସଂଚାଳନ ସଠିକ ଭାବେ ହୋଇଥାଏ। ମଧୁମେହ ରୋଗୀମାନେ ପିଆଜ ଖାଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ।
ଫୁଲକୋବି –
ଫୁଲକୋବିରେ ବହୁ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ।ଏଥିରେ କ୍ୟାଲସିୟମ, ଫରଫରସ, ପ୍ରୋଟିନ, କାବ୍ରୋହାଇଡ଼୍ରେଟ, ଲୌହ, ଭିଟାମିନ ଏ, ବି, ସି, ଆୟୋଡ଼ିନ, ପୋଟାସିୟମ ଆଦି ରହିଛି।ଏହା ରକ୍ତ ପରିଷ୍କାର କରିଥାଏ। ଚର୍ମ ଜନିତ ସମସ୍ୟାରୁ ରକ୍ଷା କରିଥାଏ। ଏହା ଓଜନ ହ୍ରାସ ପାଇଁ ମଧ୍ୟ ସହାୟକ ହୋଇଥାଏ।
ଛତୁ –
ଏଭଳି ଦେଖିବାକୁ ଗଲେ ଛତୁ ଖାଇବା ବହୁ ଲୋକଙ୍କୁ ପସନ୍ଦ।ଏଥିରେ ବହୁ ଔଷଧୀୟ ଗୁଣ ରହିଛି। ଯାହା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏଥିରେ କ୍ୟାଲୋରୀର ମାତ୍ରା କମ ଥାଏ। ଏଥିରେ ଭିଟାମିନ ବି ଭରପୁର ମାତ୍ରାରେ ମିଳିଥାଏ।ଏହାସହ ଜିଙ୍କ, ପୋଟାସିୟମ ମଧ୍ୟ ରହିଛି। ଏଥିରେ ଥିବା ଫାଇବର ଓ ଅନ୍ୟ ଏନଜାଇମ କୋଲେଷ୍ଟେରୋଲକୁ ବୃଦ୍ଧି ପାଇବାକୁ ଦେଇନଥାଏ। ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ଥିବାରୁ ଏହା ହାଡ଼କୁ ମଜଭୂତ କରିଥାଏ।
ଆଳୁ –
ଆଳୁ ଏପରି ଏକ ପରିବା ଯାହା ପ୍ରତ୍ୟେକଙ୍କ ଘରେ ଉପଲବ୍ଧ। ଏହାର ବିଶେଷତ୍ୱ ହେଉଛି , ଏହାକୁ ସଠିକ ପରିମାଣରେ ଯେକୌଣସି ତରକାରୀରେ ପକାଇ ପ୍ରସ୍ତୁତ କରାଯାଇପାରେ। ସ୍ୱାଦିଷ୍ଟ ମଧ୍ୟ ଲାଗିଥାଏ। ଆଳୁରେ ଭିଟାମିନ ସି, ପୋଟାସିୟମ, ଭିଟାମିନ ବି-୬ ଅନ୍ୟ ପୋଷକ ତତ୍ୱ , ଖଣିଜ ରହିଥାଏ। ଏହାସହ ଆଳୁରେ ଥିବା ଭିଟାମିନ କ୍ୟାଲସିୟମ ଓ ମାଗ୍ନେସିୟମ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories