www.samajalive.in
Friday, December 12, 2025
15.1 C
Bhubaneswar

ପୁଣି ତେଜିଲା ରାଫେଲ ଡିଲ

ନୂଆଦିଲ୍ଲୀ: ରାଫେଲ ଡିଲ ପୁଣି ଥରେ ତେଜିଛି। ଫାନ୍ସ ପୂର୍ବ ରାଷ୍ଟ୍ରପତି ଫାସୱା ଓଲାଦଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରିଲାଏନ୍ସ କମ୍ପାନୀ ଅନୀଲ ଅମ୍ବାନୀ ଓ ମୋଦୀ ସରକାରଙ୍କ ପ୍ରିୟାପ୍ରିତୀକୁ ନେଇ ସମାଲୋଚନା କରିଛନ୍ତି। କଂଗ୍ରେସ ଏଭଳି ଡିଲକୁ ଭାରତୀୟ ସେନାଙ୍କ ପ୍ରତି ଉପହାସ ବୋଲି ମନ୍ତବ୍ୟ ଦେଇଛନ୍ତି।
ଫ୍ରାନ୍ସ ପୂର୍ବ ରାଷ୍ଟ୍ରପତି ଫାସୱା ଓଲାଦ ରାଫେଲ ଡିଲରେ ଅନୀଲ ଅମ୍ବାନୀଙ୍କ କମ୍ପାନୀଙ୍କୁ ସାମିଲ କରିବା କ୍ଷେତ୍ରରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ପ୍ରକାଶ କରିଛନ୍ତି। ଅନୀଲ ଅମ୍ବାନୀଙ୍କୁ ଯେଉଁ ହଜାରେ କୋଟି ଟଙ୍କାର ସୁଯୋଗ ମିଳିଲା ତାହା କେବଳ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁପାରିସରେ ହିଁ ମିଳିଛି।
ରାହୁଲ ତାଙ୍କ ମନ୍ତବ୍ୟରେ ଭାରତର ପ୍ରଧାନମନ୍ତ୍ରୀ ଏଭଳି ଗୁରୁତର ଅଭିଯୋଗ ହେବା ପରେ ମଧ୍ୟ କୌଣସି ପ୍ରତିକ୍ରିୟା ନରଖିବା ଦେଶ ପାଇଁ ବିଡ଼ମ୍ବନା। ଜଣେ ପ୍ରଧାନମନ୍ତ୍ରୀଙ୍କ ସୁପାରିସ ପାଇଁ ଅନୀଲ ଅମ୍ବାନୀଙ୍କୁ ୧୩୦ହଜାର କୋଟି ଟଙ୍କାର ଉପହାର ମିଳିଛି। ଦେଶବାସୀଙ୍କ ଟଙ୍କା ଅମ୍ବାନୀଙ୍କ ପରିବାରବର୍ଗଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଦେଲେ ପ୍ରଧାନମନ୍ତ୍ରୀ ବୋଲି ରାହୁଲ ଅଭିଯୋଗ କରିଛନ୍ତି।
ରାହୁଲଙ୍କ ଏଭଳି ଅଭିଯୋଗ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଫ୍ରାନ୍ସର ମିଡିଆ ରିପୋର୍ଟର ଉତ୍ତର ଦିଆଯାଇଛି। ଅନୀଲ ଅମ୍ବାନୀଙ୍କ କମ୍ପାନୀଙ୍କ ସହ ରାଫେଲ ବିମାନ ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାର ଯେଉଁ କମ୍ପାନୀର ନାମ ଉଲ୍ଲେଖ କରିଥିଲେ ମନ୍ତ୍ରଣାଳୟ ଉକ୍ତ କମ୍ପାନୀ ସହ ଆଲୋଚନା ଓ ପରବର୍ତ୍ତୀ ପ୍ରକ୍ରିୟା ଜାରି ରଖିଛନ୍ତି। ତେବେ ବିମାନର ରକ୍ଷଣାବେକ୍ଷଣ ପାଇଁ ରିଲାଏନ୍ସ କମ୍ପାନୀର ନାମ କିପରି ଆସିଲା ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ କୌଣସି ସୂଚନା ନଥିବା ପ୍ରକାଶ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories