www.samajalive.in
Saturday, December 13, 2025
15.1 C
Bhubaneswar

ବିଶ୍ୱ ସାକ୍ଷୀ, ଆମେ କିଭଳି ଲଢୁଛୁ କରୋନା ଯୁଦ୍ଧ – ଅମିତ ଶାହା

କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କରୋନା ମହାମାରୀ ବିରୋଧରେ ଭାରତର ସଫଳ ସଂଗ୍ରାମକୁ ସମଗ୍ର ବିଶ୍ୱ ପ୍ରଶଂସା କରୁଛି। ହରିୟାଣା ଗୁରୁଗ୍ରାମ ସ୍ଥିତ କାଦରପୁରରେ ଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଅଫିସର ଟ୍ରେନିଂ ଏକାଡେମୀରେ ବୃହତ ବନୀକରଣ ଅଭିଯାନ ଅବସରରେ ଶାହା କରୋନା ଯୁଦ୍ଧରେ ସୁରକ୍ଷା ବାହିନୀର ଅବଦାନକୁ ପ୍ରଶଂସା କରିଛନ୍ତି।

- Advertisement -

ସେ କହିଛନ୍ତି, ଭାରତ ସବୁଠାରୁ ଜନବହୁଳ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ। ସମସ୍ତେ ଭାବିଥିଲେ ଯେ ଭାରତ ଭଳି ଦେଶ କିପରି କରୋନା ମହାମାରୀ ବିପକ୍ଷରେ ଯୁଦ୍ଧ କରିବ କିନ୍ତୁ ଆଜି ସମଗ୍ର ବିଶ୍ୱ ସାକ୍ଷୀ ଯେ ଭାରତ କିଭଳି ଏହି ମହାମାରୀ ବିରୋଧରେ ସବୁଠାରୁ ସଫଳ ଯୁଦ୍ଧ ଲଢ଼ୁଛି। ଶାହା କହିଛନ୍ତି, କରୋନା ବିରୁଦ୍ଧରେ ଭାରତର ଯୁଦ୍ଧରେ ଆମର ସମସ୍ତ ସୁରକ୍ଷା ବାହିନୀ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ଓ ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ‘ମୁଁ ଏହି କରୋନା ଯୋଦ୍ଧାମାନଙ୍କୁ ନମସ୍କାର କରୁଛି। ସେମାନେ ପ୍ରମାଣ କରିଛନ୍ତି ଯେ ସେମାନେ କେବଳ ଆତଙ୍କବାଦ ସହ ଲଢ଼ନ୍ତି ତାହା ନୁହେଁ ବରଂ କୋଭିଡ ସହିତ ମଧ୍ୟ ଲଢ଼ିବା ଜାଣିଛନ୍ତି’ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି ଯେ କରୋନା ସଙ୍କଟ ସମୟରେ ଅନେକ ଯବାନ ନିଜ ଜୀବନ ତ୍ୟାଗ କରିଛନ୍ତି। “ମୁଁ ସେହି ଯବାନଙ୍କ ପରିବାର ସହ କଥା ହୋଇଛି ଏବଂ ଆଜି ମୁଁ ସେମାନଙ୍କୁ ପୁଣି ଥରେ ଧନ୍ୟବାଦ ଦେଉଛି, ତୁମର ବଳିଦାନ ନଷ୍ଟ ହେବ ନାହିଁ। ଯେତେବେଳେ କୋଭିଡ-୧୯ ବିରୁଦ୍ଧରେ ମାନବ ଜାତିର ଇତିହାସ ଲେଖାଯିବ, ସେତେବେଳେ ଭାରତର ସୁରକ୍ଷା ବାହିନୀର ଅବଦାନ ସ୍ଵର୍ଣାକ୍ଷରରେ ଲିପିବଦ୍ଧ କରାଯିବ ବୋଲି ସେ କହିଛନ୍ତି।

ସ୍ବରାଷ୍ଟ୍ର ମନ୍ତ୍ରୀ ସଶସ୍ତ୍ର ବାହିନୀର ସାହସୀ ଯବାନମାନଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ କହିଛନ୍ତି ଯେ ପରିବେଶର ସୁରକ୍ଷା ପାଇଁ ଏହି ବିଶାଳ ଅଭିଯାନ ମାଧ୍ୟମରେ ସାରା ଦେଶରେ ୧ କୋଟିରୁ ଅଧିକ ଗଛ ଲଗାଉଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories