www.samajalive.in
Thursday, December 11, 2025
27.1 C
Bhubaneswar

ବିଗ୍ ବିଙ୍କ ପରେ ଅନୁପମ ଖେରଙ୍କ ପରିବାର କରୋନା ପଜିଟିଭ

ମୁମ୍ବଇ : କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ଶନିବାର ବିଗ ବି ଓ ତାଙ୍କପୁଅ ଅଭିଷେକ କରୋନା ପଜିଟିଭ ଜଣାପଡ଼ିଥିବା ବେଳେ ରବିବାର ଅନୁପମ ଖେରଙ୍କ ପରିବାର କରୋନା ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ବିଷୟରେ ନିଜେ ଅନୁପମ ଖେର ଭିଡ଼ିଓ ମାଧ୍ୟମରେ ଟ୍ୱିଟ କରି ସୂଚନା ଦେଇଛନ୍ତି।


ଟ୍ୱିଟରରେ ଏକ ଭିଡ଼ିଓ ସେୟାର କରି କହିଛନ୍ତି, ତାଙ୍କ ମା’,ଭାଇ , ଭାଉଜ ଓ ଝିଆରୀ କରୋନା ସଂକ୍ରମିତ ହୋଇଛନ୍ତି। ମାତ୍ର ଅନୁପମଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ସେ କହିଛନ୍ତି କିଛି ଦିନ ହେବ ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିଲା। ଏହାପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ସେ ତାଙ୍କ ମା’ଙ୍କ ରକ୍ତ ନମୁନା ପରୀକ୍ଷା କରାଇଥିଲେ। ଏହାପରେ ତାଙ୍କ ମା’ଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ବର୍ତମାନ ତାଙ୍କ ପରିବାର ସଦସ୍ୟଙ୍କ ହସ୍ପିଟାଲରେ ଭର୍ତି କରାଯାଇଛି। ଡ଼ାକ୍ତର ସେମାନଙ୍କ ଚିକିତ୍ସା ଜାରି ରଖିଛନ୍ତି। ଏହାସହ ଅନୁପମଙ୍କ ଘର ସାନିଟାଇଜ ହେବା ଆରମ୍ଭ ହୋଇଛି। ଭିଡ଼ିଓ ଶେଷରେ ଅନୁପମ ନିଜ ପ୍ରଂଶସକ ଓ ଅନ୍ୟ ସମସ୍ତଙ୍କୁ ନିଜର ଧ୍ୟାନ ରଖିବାକୁ କହିବା ସହ ଡ଼ାକ୍ତରଙ୍କର ପ୍ରଂଶସା କରିଛନ୍ତି।

Hot this week

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

Related Articles

Popular Categories