www.samajalive.in
Sunday, December 7, 2025
23.1 C
Bhubaneswar

ଚଳଚ୍ଚିତ୍ର ସୁଟିଂ ପାଇଁ ସରକାରଙ୍କ ସବୁଜ ସଂକେତ

ଭୁବନେଶ୍ୱର : ଚଳଚ୍ଚିତ୍ର ସୁଟିଂ ନେଇ ରାଜ୍ୟ ସରକାର ସବୁଜ ସଂକେତ ଦେବା ପରେ ଓଲିଉଡରେ ଖୁସିର ଲହରି ଖେଳିଯାଇଛି। ସୁଟିଂ ସମୟରେ କରୋନା କଟକଣା ମାନିବାକୁ ନିର୍ଦେଶ ଦିଆଯାଇଛି। ଏହାର ଗୁରୁଦାୟିତ୍ୱ ରହିଛି ପ୍ରଡକ୍ସନ ସଂସ୍ଥା ଉପରେ। ଚଳିତ ମାସ ୭ ତାରିଖରୁ କୋଭିଡ-୧୯ ସମୟରେ ଉଭୟ ଇନଡୋର ଏବଂ ଆଉଟଡୋର ସୁଟିଂ ପାଇଁ ଏସ୍‍ଓପି ଜାରି ହୋଇଥିବାବେଳେ ଏନେଇ ଚଳଚ୍ଚିତ୍ର କଳାକାର ସଂଘ ସରକାରଙ୍କ ନିକଟରେ ଦାବି କରିବା ସହିତ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ।

ସୂଚନା ଅନୁଯାୟୀ, ୩୦ ପ୍ରତିଶତ କ୍ରିଉଙ୍କୁ ନେଇ ସୁଟିଂ କରାଯିବ। ଉଭୟ ଇନଡୋର ଏବଂ ଆଉଟଡୋର ସୁଟିଂକୁ ଅନୁମତି ମିଳିଛି। ଓଟିଟି ପ୍ଲାଟଫର୍ମକୁ ମଧ୍ୟ ଏହି ଏସ୍‍ଓପି ଅନୁକରଣ କରିବାକୁ କୁହାଯାଇଛି। ୪ମାସର ଲକ୍‍ଡାଉନ୍‍ ପାଇଁ ଚଳଚ୍ଚିତ୍ର ଏବଂ ଧାରାବାହିକ ଶିଳ୍ପ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ବହୁ କଳାକାର ଏବଂ ଟେକ୍ନିସିଆନ୍‍ ଜୀବିକା ହରାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୁଟିଂ ଲାଗି ପ୍ରଯୋଜନା ସଂସ୍ଥାଗୁଡ଼ିକ ପାଇଁ ଏସ୍‍ଓପି ଜାରି କରାଯାଇଛି। ସେଟ୍‍ରେ ସମସ୍ତପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ସୀମିତ କଳାକାର ଏବଂ ଟେକ୍ନିସିଆନଙ୍କୁ ନେଇ ସୁଟିଂ କରିବାକୁ କୁହାଯାଇଛି।

- Advertisement -

ସେହିଭଳି ପୋଷ୍ଟ ପ୍ରଡକ୍ସନ, ମେକ୍‍ଅପ୍‍ ସମୟରେ ସୁରକ୍ଷା ଲାଗି ସାମାଜିକ ଦୂରତା ରକ୍ଷା ଏବଂ ନିୟମିତ ବ୍ୟବଧାନରେ ସେଟ୍‍ର ସାନିଟାଇଜେସନ କରିବାକୁ କୁହାଯାଇଛି। ସୁଟିଂ ସେଟ୍‌ ଅବା ସ୍ଥାନକୁ ପ୍ରବେଶ ପୂର୍ବରୁ କାଶ ଏବଂ ତାପମାତ୍ରା ତଦାରଖ କରାଯିବ। ସେଟ୍‌ରେ ଏକ ନାମଫଳକ ସହିତ ସେଥିରେ ଏକ ଜରୁରୀକାଳୀନ ନମ୍ବର ମଧ୍ୟ ରହିବ। ଏହାସହିତ ପ୍ରତି କଳାକାର ଏବଂ ସଦସ୍ୟଙ୍କ ସମ୍ପୂର୍ଣ୍ଣ ବାୟୋଡାଟା ଗ୍ରହଣ କରାଯିବ। ଗର୍ଭବତୀ ଏବଂ ୬୫ ବର୍ଷରୁ ଅଧିକ ବର୍ଷ ସଦସ୍ୟଙ୍କୁ ସେଟ୍‍ ବାରଣ ହୋଇଛି। ଅନ୍ୟପକ୍ଷରେ ଫ୍ଲୋରରେ ୩ ୱାସ୍‌ରୁମ୍‍ ସହିତ ପ୍ରତି ଘଣ୍ଟାରେ ସୁଟିଂ ସ୍ଥାନ ସାନିଟାଇଜ କରିବାକୁ କୁହାଯାଇଛି।

ସେଟ୍‌କୁ କୌଣସି ଅତିଥି ଆସିପାରିବେ ନାହିଁ। କଳାକାର ବା ସଦସ୍ୟଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। ସେମାନେ ନିଜ ନିଜ ଖାଦ୍ୟ ଘରୁ ଆଣିବାକୁ ମଧ୍ୟ ଏଥିରେ ସ୍ପଷ୍ଟ କରାଯାଇଛି। ବ୍ୟବହୃତ ସମସ୍ତ ଉପକରଣ ନିୟମିତ ବ୍ୟବଧାନରେ ସାନିଟାଇଜ୍‍ କରାଯିବ। ସେହିପରି ଜୁମ୍‍ ଏବଂ ସ୍କାଇପି ମାଧ୍ୟମରେ କାଷ୍ଟିଂ କରିବାକୁ କୁହାଯାଇଛି। ସୁଟିଂ ସେଟ୍‌ରେ ଯଦି କୌଣସି କରୋନା ଲକ୍ଷଣ ଦେଖାଦିଏ ତେବେ ସେମାନଙ୍କ ପରୀକ୍ଷା ମଧ୍ୟ କରାଇବେ। ଯଦି କୌଣସି ସଦସ୍ୟଙ୍କ କରୋନା ପଜିଟିଭ ଆସିଲା ତେବେ ତାଙ୍କୁ ନିରାପଦଭାବେ ହସ୍ପିଟାଲକୁ ପଠାଇବା ସହିତ ତୁରନ୍ତ ପଦକ୍ଷେପ ନେବେ। ସମସ୍ତ ସୁଟିଂ ସାମଗ୍ରୀର ସାନିଟାଇଜ ସହିତ ତିନିଦିନ ପର୍ଯ୍ୟନ୍ତ ସୁଟିଂ ବନ୍ଦ ସହିତ ସମସ୍ତଙ୍କ ପରୀକ୍ଷା କରାଯିବ।

ଏହାସହିତ ମାସ୍କ, ଗ୍ଲୋଭ୍‌ସ୍‍ ଏବଂ ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ। ସେହିପରି ବଡ଼ ଟେଣ୍ଟ ହାଉସକୁ ବାରଣ କରାଯିବା ସହିତ ଷ୍ଟୁଡିଓ ତଥା ସେଟ୍‌ରେ ଗହଳିକୁ ବାରଣ କରାଯାଇଛି। ନିର୍ଦେଶକ ସଞ୍ଜୟ ନାୟକ କହିଛନ୍ତି, ଏସ୍‌ଓପି ମୁତାବକ ସୁଟିଂ କରିବା କଷ୍ଟକର ହୋଇପଡ଼ିବ। ଏହାର ତର୍ଜମା ଜରୁରୀ ବୋଲି ସେ କହିଛନ୍ତି। ସେହିପରି ଅଭିନେତା-ନିର୍ଦେଶକ ଶ୍ରୀତମ ଦାସ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ସୁଟିଂ କରିବା କଷ୍ଟକର ହୋଇପଡ଼ିଛି। ତଥାପି ଏସ୍‌ଓପିକୁ ନେଇ କାମ କରିବାକୁ ହେବ। ‘ପ୍ରେମଲୀଳା’ର ସୁଟିଂ: ଏସ୍‌ଓପି ଜାରି ପରେ ଆଜିଠୁ ଆରମ୍ଭ ହୋଇଛି ଓଡ଼ିଆ ଚିତ୍ର ‘ପ୍ରେମଲୀଳା’ର ବାକି ସୁଟିଂ। ଯେଉଁଥିରେ ଶ୍ରୀତମ୍‍, ଜର୍ଜ ତିଆଡ଼ି, ଜିନା, ସାତ୍ୟକୀ ମିଶ୍ର ପ୍ରମୁଖ ଅଭିନୟ କରୁଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories