www.samajalive.in
Monday, December 8, 2025
13.1 C
Bhubaneswar

କୃଷି ଆଇନ୍ ଉପରେ ସୁପ୍ରିମକୋର୍ଟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

କୃଷି ଆଇନ୍ ଉପରେ ବିଚାର ବିମର୍ଷ ନିମନ୍ତେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କୃଷି ମୂଲ୍ୟ ଓ ଦର ଆୟୋଗର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଅଶୋକ ଗୁଲାଟି, ସେତ୍‌କାରି ସଂଗଠନର ସଭାପତି ଅନୀଲ୍ ଘନୱତ୍ ଏବଂ ଦକ୍ଷିଣ ଏସିଆ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡଃ ପ୍ରମୋଦ ଯୋଶୀ ଏହି ବୈଠକରେ ଯୋଗ ଦେଇଥିଲେ। ବୈଠକରେ କୃଷକ, କୃଷକମାନଙ୍କ ସଂସ୍ଥା, କୃଷକ ସଂଗଠନ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ପକ୍ଷଙ୍କ ସହ ଆଲୋଚନା କରି ସୁପାରିଶ ପ୍ରସ୍ତୁତ କରିବା ନିମେନ୍ତ କମିଟି ପାଇଁ ଦୁଇ ମାସର କାର୍ଯ୍ୟକଳାପକୁ ନେଇ ମାର୍ଗଦର୍ଶିକା ଚୁଡାନ୍ତ କରିବା ଉପରେ ଆଲୋଚନା କରାଯାଇଥିଲା।

ସାମ୍ବାଦିକମାନଙ୍କୁ ଅନୀଲ୍ ଘନୱାଟ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି କମିଟି କୃଷି ଆଇନ୍‌ର ଉଭୟ ସପକ୍ଷ ଓ ବିପକ୍ଷବାଦୀ କୃଷକ ଏବଂ କୃଷକ ସଂଗଠନଗୁଡିକ ସହ ଆଲୋଚନା କରିବ। ଏହି କମିଟି ବିଭିନ୍ନ ରାଜ୍ୟ ସରକାର, ରାଜ୍ୟ ବିପଣନ ବୋର୍ଡ, କୃଷକ ଉତ୍ପାଦକ ସଂଘ, ଏବଂ ସମବାୟ ସମିତି ଭଳି ଅନ୍ୟାନ୍ୟ ସଂପୃକ୍ତ ପକ୍ଷଙ୍କ ସହ ମଧ୍ୟ ବିଚାରବିମର୍ଷ କରିବ। କମିଟି ଖୁବ୍ ଶୀଘ୍ର କୃଷକ ସଂଘ ଓ ସଂଗଠନକୁ କୃଷି ଆଇନ୍ ସମ୍ପର୍କରେ ସେମାନଙ୍କର ମତ ରଖିବା ପାଇଁ ଆମନ୍ତ୍ରଣ କରିବ। ଏପରିକି ଚାଷୀମାନେ ଖୁବଶୀଘ୍ର ଉନ୍ମୋଚିତ ହେବାକୁ ଯାଉଥିବା ପୋର୍ଟାଲରେ ବ୍ୟକ୍ତିଗତ ଭାବେ ନିଜର ମତାମତ ଉଲ୍ଲେଖ କରିପାରିବେ। କମିଟି ଏହି ବିଷୟ ଉପରେ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ମତାମତ ଉପରେ ଅଗବତ ହେବା ପାଇଁ ଉତ୍ସୁକ, ଯାହାଫଳରେ ଏହା ନିଶ୍ଚିତଭାବେ ଭାରତର କୃଷକମାନଙ୍କ ହିତସାଧନ କରିପାରୁଥିବା ପରାମର୍ଶ ଦେଇପାରିବ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories