www.samajalive.in
Sunday, December 14, 2025
26.1 C
Bhubaneswar

ଜଳଖିଆ ତିଆରି କରିବାକୁ ମନା କରିବାରୁ ବୃଦ୍ଧାଙ୍କୁ ହତ୍ୟା

ଥାନେ : ମହାରାଷ୍ଟ୍ର ଥାନେର ଖୋପାଟ ଅଞ୍ଚଳର ଏକ ଫ୍ଲାଟରେ ନିଜ ୭୫ ବର୍ଷିୟା ବୃଦ୍ଧା ଖୁଡ଼ିକୁ ଛୁରି ଭୁଷି ହତ୍ୟା କରିବା ଅଭିଯୋଗରେ ଜଣେ ୩୯ ବର୍ଷିୟା ମହିଳାଙ୍କୁ ଗିରଫ କରାଯାଇଛି। ପୁଲିସ୍‍ କହିବା ଅନୁସାରେ ଅଭିଯୁକ୍ତା ସପ୍ନା କୁଲକର୍ଣ୍ଣି ନିଜ ଖୁଡ଼ି ଶୋଭା କୁଲକର୍ଣ୍ଣିଙ୍କୁ ଶନିବାର ସକାଳେ ଜଳଖିଆ ତିଆରି କରିବାକୁ କହିଥିଲେ। ମାତ୍ର ଶୋଭା ଜଳଖିଆ ତିଆରି କରିବାକୁ ମନା କରିଦେଇଥିଲେ। ଏଥିରେ ଉତ୍‍କ୍ଷିପ୍ତ ହୋଇ ସପ୍ନା ଖୁଡ଼ି ଶୋଭାକୁ ୧୪ ଥର ଛୁରି ଭୁଷି ହତ୍ୟା କରିଦେଇଥିଲେ। ଏନେଇ ପଡ଼ୋଶୀ ପୁଲିସ୍‍କୁ ଖବର ଦେଇଥିଲେ। ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ଫେରାର ହେବାକୁ ପ୍ରସ୍ତୁତି ଚଳାଇଥିବା ସପ୍ନାଙ୍କୁ ଗିରଫ କରିବା ସହ ଶବକୁ ଜବତ କରିଥିଲା।
ଆଉ ଏକ ଘଟଣାକ୍ରମେ ଉତ୍ତରପ୍ରଦେଶ ଶାମଲି ଜିଲାର ଏକ ଦିଲ୍ଲୀ-ସାହାରଣପୁର ଯାତ୍ରିବାହୀ ଟ୍ରେନ୍‍ରେ ଜଣେ କଲେଜ ଅଧ୍ୟକ୍ଷଙ୍କୁ ଛୁରି ଭୁଷି ଲୁଟ୍‍ କରିବା ଅଭିଯୋଗରେ ରେଳବାଇ ପୁଲିସ୍‍ ଜଣଙ୍କୁ ଗିରଫ କରିଛି। କଲେଜ ଅଧ୍ୟକ୍ଷଙ୍କୁ ଛୁରି ଭୁଷି ୩ ଜଣ ଦୁର୍ବୃତ୍ତ ୪୦୦୦ ଟଙ୍କା ଲୁଟି ନେଇଥିଲେ। ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ପୁଲିସ୍‍ ଦୁର୍ବୃତ୍ତଙ୍କୁ ଖୋଜୁ ଥିଲା। ଏହି ଘଟଣା ସେପ୍ଟେମ୍ବର ଶେଷ ସପ୍ତାହରେ ଘଟିଥିବାବେଳେ ଏବେ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟମାନଙ୍କୁ ଖୋଜା ଚାଲିଛି ଓ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍‍ ପକ୍ଷରୁ କୁହାଯାଇଛି।
ସେହିପରି ଅନ୍ୟ ଏକ ଘଟଣା ଅନୁସାରେ ଉତ୍ତରପ୍ରଦେଶ ବଳରାମପୁରରେ ଜଣେ ଘରୋଇ କ୍ଲିନିକ ଡାକ୍ତରଙ୍କ ପତ୍ନୀକୁ ଛୁରି ଭୁଷି ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ସେହି କ୍ଲିନିକର କମ୍ପାଉଡ଼ରଙ୍କୁ ଗିରଫ କରାଯାଇଛି। ପୁଲିସ୍‍ ସୂଚନା ଅନୁସାରେ କମ୍ପାଉଡ଼ର ରୋହିତ ଡାକ୍ତର ରାକେଶ ରାଏଙ୍କ ଘରକୁ ଯାଇଥିଲେ। ସେଠାରେ ସେ ଡାକ୍ତର ରାକେଶଙ୍କ ପତ୍ନୀ କାଜଲଙ୍କୁ ଗ୍ଲାସେ ପାଣି ଆଣିବାକୁ କହିଥିଲେ। ପାଣି ଆଣିବାକୁ ଯାଉଥିବା ବେଳେ ରୋହିତ ପଛପଟୁ କାଜଲଙ୍କୁ ଛୁରି ଭୁଷି ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଆକ୍ରମଣ ପଛର କାରଣ ଜଣାପଡିନାହିଁ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories