ଠାକୁରମୁଣ୍ଡା : ଶିମିଳିପାଳ ଅଭୟାରଣ୍ୟର ଦକ୍ଷିଣ ଡିଭିଜନର ନେସନାଲା ପାର୍କ ରେଞ୍ଜ କବାଟଘାଇ ବିଟ୍ ଅଞ୍ଚଳରେ ଗୋଟିଏ ମାଈ ହାତୀର ମୃତଦେହ ଠାବ କରାଯାଇଛି। ଶନିବାର ମୃତଦେହ ମିଳିବା ପରେ ରବିବାର ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ସମୟରେ ସଂଗ୍ରହ କରାଯାଇଥିବା ଅଂଶ ବିଶେଷକୁ ପରୀକ୍ଷା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ କହିଛି। ତେବେ ହାତୀ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଛି। ପରିବେଶ ପ୍ରେମୀ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ଏପରି ଭାବରେ ହାତୀ ମୃତ୍ୟୁ ଲାଗି ରହିଲେ ଶିମିଳିପାଳ ଖୁବ ଶୀଘ୍ର ହାତୀ ଶୂନ୍ୟ ହେବା ସହିତ ଅନ୍ୟାନ୍ୟ ଜୀବଙ୍କ ପ୍ରତି ବିପଦପୂର୍ଣ୍ଣ ନିବାସ ହେବ ବୋଲି କହିଛନ୍ତି।
Popular Categories



