www.samajalive.in
Saturday, December 6, 2025
26.1 C
Bhubaneswar

ରୋଗୀ ସଂଖ୍ୟା ବୃଦ୍ଧି ନହେଲେ ସ୍ଵାସ୍ଥ୍ୟ କେନ୍ଦ୍ରର ବିକାଶ ଅସମ୍ଭବ : ସ୍ଵାସ୍ଥ୍ୟ ଅଧିକାରୀ

ଜି ଉଦୟଗିରି : କନ୍ଧମାଳ ଜିଲ୍ଲାର ଦ୍ୱିତୀୟ ବୃହତମ ସହର ହୋଇ ଥିଲେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରର ବିକାଶ କ୍ଷେତ୍ରରେ ଅଗ୍ରଗତି, ହୋଇ ପାରୁନାହିଁ। ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକରୁ ସ୍ପଷ୍ଟ ହୋଇଛି। ପୂର୍ବରୁ ସରକାରଙ୍କ ସ୍ବାସ୍ଥ୍ୟ ସେବାରେ ଉନ୍ନତି  ଆଣିବା ପାଇଁ ଆମ ହସ୍ପିଟାଲ ଯୋଜନା, ୫ଟି ରୂପାନ୍ତରଣ ଓ ଟ୍ରମାକେୟାର ସେଣ୍ଟର୍ ସମ୍ପର୍କରେ ସାମ୍ୱାଦିକ ରାମକୃଷ୍ଣ ଚୌଧୁରୀ ଉପବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଜିଲ୍ଲାର ଦ୍ୱିତୀୟ ବୃହତମ ସହରରେ ସ୍ବାସ୍ଥ୍ୟ କେନ୍ଦ୍ରର ବିକାଶ ସହଜରେ ଅନୁମାନ କରି ହେଉଛି। ସ୍ଵାସ୍ଥ୍ୟ ଅଧିକାରୀ ରତିକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଉପବାଚସ୍ପତି ସାଲୁଗ। ପ୍ରଧାନ ଅନ୍ୟତମ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦେବସ୍ମିତା ଶତପଥି ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ସଂପର୍କରେ ଆଲୋଚନା କରିଥଲେ। ଜି ଉଦୟଗିରି ସ୍ଵାସ୍ଥ୍ୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ସୁବିଧା ନଥିବାରୁ ରୋଗୀ ସଂଖ୍ୟା କମୁଛି ବୋଲି ସୂଚନା ମିଳିଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories