www.samajalive.in
Sunday, December 7, 2025
14.1 C
Bhubaneswar

୫ ବର୍ଷର ସାମରିକ ଶାସନ ପରେ ଆଜି ଥାଇଲାଣ୍ଡରେ ନିର୍ବାଚନ

ନୂଆଦିଲ୍ଲୀ: ଦୀର୍ଘ ୫ ବର୍ଷର ସାମରିକ ଶାସନ ପରେ ଥାଇଲାଣ୍ଡରେ ପ୍ରଥମଥର ପାଇଁ ଆଜି ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି। ଆଜି (ରବିବାର) ସକାଳୁ ସେଠାରେ ମତଦାନ ଆରମ୍ଭ ହୋଇଛି। ଦେଶର ଆଧୁନିକ ଇତିହାସରେ ଏହି ନିର୍ବାଚନକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସଭାସମିତିମାନ ଆୟୋଜିତ ହୋଇଥିଲା। ମୁଖ୍ୟ ଦଳଗୁଡ଼ିକର ପ୍ରଧାନମନ୍ତ୍ରୀ ପ୍ରାର୍ଥୀମାନେ ରାଜଧାନୀରେ ର‍୍ୟାଲି ଓ ସଭା କରିଥିଲେ। ଏହି ପ୍ରମୁଖ ନେତାମାନଙ୍କ ମଧ୍ୟରେ ବର୍ତ୍ତମାନର ସାମରିକ ଶାସନର ମୁଖ୍ୟ ପ୍ରୟୁତ ଚାନ୍‍ ଓ ଚା ଏବଂ ସୁଦରତ କେଉରଫାନ୍‍ ଅଛନ୍ତି। ଏହାଛଡ଼ା ୨୦୦୬ରେ ସାମରିକ ବିଦ୍ରୋହ ଦ୍ୱାରା କ୍ଷମତାଚ୍ୟୁତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତକ୍ସିନ୍‍ ସିନାୱାତ୍ରାଙ୍କ ଦଳ ମଧ୍ୟ ନିର୍ବାଚନରେ ଭାଗ ନେଉଛି। ଏବେ ସିନାୱାତ୍ରା ବିଦେଶରେ ସ୍ୱେଚ୍ଛାକୃତ ନିର୍ବାସନରେ ଅଛନ୍ତି। ଏହି ନିର୍ବାଚନରେ ପ୍ରାୟ ୫କୋଟି ଭୋଟର ମତଦାନ କରିବେ। ପୂର୍ବରୁ ସାମରିକ ସରକାର ୨୦୧୫ରେ ନିର୍ବାଚନ କରାଇବା ପାଇଁ କହିଥିଲେ ମଧ୍ୟ ସେଥିରୁ ଓହରି ଯାଇଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories