www.samajalive.in
Thursday, December 11, 2025
18.1 C
Bhubaneswar

ଚୀନଠାରୁ ଅଧା ଦାମରେ ଦକ୍ଷିଣ କୋରିଆ ବିକୁଛି ଟେଷ୍ଟ କିଟ୍; ୭୫ ହଜାର ମଗାଇଲା ଛତିଶଗଡ଼, ଲକ୍ଷେ ଆଣିବ ଆନ୍ଧ୍ର

ହାଇଦ୍ରାବାଦ: ଚୀନଠାରୁ ଦକ୍ଷିଣ କୋରିଆ ଟେଷ୍ଟ କିଟ୍ ଅଧାରୁ କମ୍ ଦାମରେ ମିଳୁଛି । କେବଳ ସେତିକି ନୁହେଁ, ଏହାର ମାନ ମଧ୍ୟ ଚୀନା ସାମଗ୍ରୀଠାରୁ ଭଲ । ତେଣୁ ଏହାକୁ ଆମଦାନୀ ନିମନ୍ତେ ବିଭିନ୍ନ ରାଜ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ଛତିଶଗଡ଼ ଦକ୍ଷିଣ କୋରିଆରୁ ୭୫ ହଜାର ଟେଷ୍ଟ କିଟ୍ ମଗାଇଛି । ତାହା ପୁଣି ଅତି କମ୍ ଦାମରେ । ଏହି କିଟ୍ ଗୋଟାକୁ ୩୩୭ ଟଙ୍କା ବୋଲି ସୂଚନା ଦେଇଛନ୍ତି ଛତିଶଗଡ଼ ସ୍ବାସ୍ଥ୍ୟ ମନ୍ତ୍ରୀ ଟି.ଏସ୍.ସିଂହଦେଓ । ଏହାପରେ ଆନ୍ଧ୍ରପ୍ରଦେଶ ମଧ୍ୟ ଦକ୍ଷିଣ କୋରିଆରୁ କରୋନା ଟେଷ୍ଟ କିଟ୍ ଆମଦାନୀ ପାଇଁ ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀ ଜଗନ୍ ରେଡ଼ି ଏ ସମ୍ପର୍କରେ ଟ୍ବିଟ କରି ସୂଚନା ଦେଇଛନ୍ତି ।

https://twitter.com/AndhraPradeshCM/status/1251058153933791232/photo/1

- Advertisement -

ପୂର୍ବରୁ ହରିଆଣା ସରକାର ଚୀନରୁ କରୋନା ରାପିଡ଼ ଟେଷ୍ଟ କିଟ୍ ମଗାଇଥିଲେ । ଏହାର ଦାମ୍ ଗୋଟିକୁ ୭୮୦ ଟଙ୍କା ପଡ଼ୁଥିଲା । ମାତ୍ର ଏହାର ମାନକୁ ନେଇ ପ୍ରଶ୍ନ ଉଠିବା ପରେ ହରିଆଣା ଏହି ଚୁକ୍ତିକୁ ରଦ୍ଦ କରିଛି । ହରିଆଣା ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ବିଜ୍ ଦକ୍ଷିଣ କୋରିଆ କମ୍ପାନୀ ଏଚ୍ଏଲ୍ଏଲ୍ ଠାରୁ ଟେଷ୍ଟକିଟ୍ କିଣିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ହରିଆଣା ସରକାରଙ୍କୁ ଗୋଟିଏ ଟେଷ୍ଟ କିଟ୍ ନିମନ୍ତେ ୩୮୦ ଟଙ୍କା ଖର୍ଚ କରିବାକୁ ପଡ଼ିବ । କମ୍ପାନୀ ପର୍ଯ୍ୟପ୍ତ ପରିମାଣର ଟେଷ୍ଟ କିଟ୍ ରାଜ୍ୟ ସରକାରଙ୍କ ଆବଶ୍ୟକତା ଅନୁସାରେ ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି । ଖାସ୍ କଥା ଏହା ଯେ, ଏଥିପାଇଁ ସରକାରଙ୍କୁ ପ୍ରତି କିଟ୍ ପିଛା କମ୍ପାନୀକୁ ମାତ୍ର ୩୮୦ ଟଙ୍କା ଦେବାକୁ ପଡିବ। ଏଥିରେ ସରକାରଙ୍କୁ ୪୦୦ ଟଙ୍କା ଫାଇଦା ହେବ। ଏହା ପୂର୍ବରୁ ସରକାରଙ୍କୁ କିଟ୍ ପିଛା ଚୀନକୁ ୭୮୦ ଟଙ୍କା ଦେବାକୁ ପଡୁଥିଲା। ଆଇସିଏମଆର ପକ୍ଷରୁ ରାପିଡ୍ ଟେଷ୍ଟିଂ କିଟ୍‌ ଜରିଆରେ କୋଭିଡ୍-୧୯ର ଯାଞ୍ଚ ଅନୁମତି ଦେବା ପରଠୁ  ଏଚଏଲଏଲ କମ୍ପାନୀ ନିଜର ମାନେସର କାରଖାନାରୁ ଏହି ସାମଗ୍ରୀ ଉତ୍ପାଦନ ଆରମ୍ଭ କରିଛି ।  ଅନ୍ୟପଟେ ଛତିଶଗଡ ସରକାର ମଧ୍ୟ ୨୫ ହଜାର ଟେଷ୍ଟିଂ କିଟ୍‌ ଦକ୍ଷିଣ କୋରିଆ କମ୍ପାନୀରୁ କିଣିଛନ୍ତି ଏବଂ ଏହାର ମାନ ଓ ଦାମକୁ ନେଇ ସନ୍ତୁଷ୍ଟ ଥିବା ଛତିଶଗଡ଼ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।   ସଂପ୍ରତି କମ୍ପାନୀରେ ଗୋଟିଏ ଦିନରେ ୩ ରୁ ୪ ଲକ୍ଷ କିଟ୍‌ ଉତ୍ପାଦନ ହେଉଥିବା  ସୂଚନା ମିଳିଛି ।

 

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories