www.samajalive.in
Wednesday, December 10, 2025
18.1 C
Bhubaneswar

ସଟଡାଉନ ହେଲା ଫେରିଘାଟ – ଟୁଇଟ କଲେ ଭଦ୍ରକ ଜିଲ୍ଲାପାଳ

ସମାଜ ପୋର୍ଟାଲ ଡେସ୍କ: ଭଦ୍ରକ ଜିଲ୍ଲାରେ ଆଜି ଦିନ ୧୦ଟାରେ ସଟଡାଉନ ଉଠିବା ପରେ ସମସ୍ତ ଫେରିଘାଟରେ ଯାତ୍ରୀବାହୀ ଡ଼ଙ୍ଗା ଯାତାୟାତ ଉପରେ ସଟଡାଉନ କଟକଣା ଲାଗୁ କରାଯାଇଛି। ମହାମାରୀ କରୋନା ଗତ କିଛି ଦିନ ହେବ ଭଦ୍ରକ ଜିଲ୍ଲାରେ କାୟା ବିସ୍ତାର କରିଛି, ଏପରିକି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଲୁଚିଛପି ସ୍ଥଳପଥ ଓ ଜଳପଥରେ କେତକ ପ୍ରବାସୀ ଓଡିଆ ଆସୁଥିବାରୁ ଭଦ୍ରକ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଛି ଫଳରେ ଗତ ଗୁରୁବାର ରାତ୍ର ୧୦ଟାରୁ ରବିବାର ଦିନ ୧୦ଟା ପ୍ରଯ୍ୟନ୍ତ ଅର୍ଥାତ ୬୦ଘଣ୍ଟା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସଟଡାଉନ ଜାରି କରାଯାଇଥିଲା, ହେଲେ କେତକ ଲୋକ ଲୁଚିକରି ଜଳପଥରେ ଭଦ୍ରକ ଜିଲାର ଚାନ୍ଦବାଲି ଧାମରା ମୁହାଣ ଅତିକ୍ରମ କରିବା ସହିତ ଉକ୍ତ ଅଞ୍ଚଳରେ ଥିବା ତିନିତର, ଧାନଖଣିଆ, ମୁଆଁ, ଚୌଧୁରୀ, ବାଂଶଡା, ବାଲିଆପାଳ, ପଞ୍ଚୁଟିକିର ଆଦି ୭/୮ଗୋଟି ଘାଟରେ ପାରି ହୋଇ ଜିଲ୍ଲାକୁ ପ୍ରବେଶ କରିବା ସହିତ ପଡୋଶୀ ଜିଲ୍ଲାକୁ ମଟର ଚାଳିତ ବୋଟ ଓ ମାଛଧରା ଟ୍ରଲର ଦ୍ବାରା ଯାତାୟତ କରୁଥିଲେ।

ଏହି ଖବର ଜାଣିବା ପରେ ରବିବାର ଅପରାହ୍ଣରେ ଭଦ୍ରକ ଜିଲ୍ଲାପାଳ ଟୁଇଟ ଯୋଗେ ଜିଲ୍ଲାର ସମସ୍ତ ଫେରିଘାଟକୁ ସଟଡାଉନ ଘୋଷଣା କରିଛନ୍ତି। ଏପରିକି ସମସ୍ତ ଫେରିଘାଟରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories