nua o banner

ଟେଷ୍ଟ ବ୍ୟାଟିଂ ମାନ୍ୟତା : ୧ନଂ ସ୍ଥାନ ବଜାୟ ରଖିଲେ ସ୍ମିଥ୍‌

BJD Bijuli 480×75 Mob
0

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଟେଷ୍ଟ ବ୍ୟାଟସମ୍ୟାନ୍‌ ମାନ୍ୟତାରେ ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌ ୧ନଂ ମାନ୍ୟତା ବଜାୟ ରଖିଛନ୍ତି। ଚଳିତ ଆସେସ୍ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରି ୨ୟ ସ୍ଥାନରେ ଥିବା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କଠାରୁ ବ୍ୟବଧାନ ସ୍ମିଥ୍ ଆହୁରି ବଢ଼ାଇ ଦେଇଛନ୍ତି। ଚଳିତ ଆସେସ୍ ସିରିଜ୍‌ରେ ୩ଟି ଟେଷ୍ଟମ୍ୟାଚ୍ ଖେଳି ସ୍ମିଥ୍ ୧୪୪, ୧୪୨, ୯୨, ୨୧୧ ଓ ଅପରାଜିତ ୮୨ ରନ୍ ସ୍କୋର୍ କରିଛନ୍ତି। ଫଳରେ କୋହଲି ୯୦୩ ପଏଣ୍ଟ ପାଇଥିବା ବେଳେ ସ୍ମିଥ୍ ୯୩୭ ପଏଣ୍ଟରେ ପହଞ୍ଚି ପାରିଛନ୍ତି।
୨୦୧୭ ଡିସେମ୍ବରରେ ଷ୍ଟିଭେନ୍ ସ୍ମିଥ୍‌ ତାଙ୍କ ଜୀବନର ସବୁଠାରୁ ଶ୍ରେଷ୍ଠ ରାଙ୍କିଙ୍ଗ୍ ପଏଣ୍ଟ ୯୪୭ ପାଇଥିଲେ; ଯାହାର ସେ ଖୁବ୍ ନିକଟବର୍ତ୍ତୀ ହୋଇ ପାରିଛନ୍ତି। ଏହାସହ ଆସେସ୍ ସିରିଜ୍ ଶେଷ ପର୍ଯ୍ୟନ୍ତ ସ୍ମିଥ୍ ଆଇସିସି ବ୍ୟାଟ୍‌ସମ୍ୟାନ୍ ମାନ୍ୟତାର ୧ନଂ ସ୍ଥାନରେ ରହିବା ନିଶ୍ଚିତ କରିଛନ୍ତି। ଚଳିତମାସ ଶେଷଆଡ଼କୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୩ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବ। ଏହି ସିରିଜ୍‌ରେ ଯଦି ଅତି ଭଲ ପ୍ରଦର୍ଶନ କରନ୍ତି; ତେବେ ବିରାଟ କୋହଲି ୧ନଂ ସ୍ଥାନ ଫେରି ପାଇପାରନ୍ତି। ଘରୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରେ ବିଫଳତା ସତ୍ତ୍ବେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମ୍‌ସନ୍ ୮୭୮ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛନ୍ତି। ଭାରତର ଚେତେଶ୍ବର ପୂଜାରା ୪ର୍ଥ ଓ ନ୍ୟୁଜିଲାଣ୍ଡ୍‌ର ହେନ୍‌ରି ନିକୋଲ୍‌ସ ୫ମ ସ୍ଥାନରେ ରହିଛନ୍ତି। ୬ଷ୍ଠରୁ ୧୦ମ ସ୍ଥାନରେ ରହିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌, ଭାରତର ଅଜିଙ୍କ୍ୟ ରାହାଣେ, ନ୍ୟୁଜିଲାଣ୍ଡର ଟମ୍ ଲାଥାମ୍, ଶ୍ରୀଲଙ୍କାର ଦିମୁଥ୍ କରୁଣାରତ୍ନେ ଓ ଦକ୍ଷିଣ ଆଫ୍ରିକାର ଐଡେନ୍ ମାର୍କରାମ୍। ବ୍ୟାଟିଂ ମାନ୍ୟତା​‌େ​‌ର ଉନ୍ନତି କରିଥିବା ଖେଳାଳିମାନେ ହେଲେ ଇଂଲଣ୍ଡର ଜୋସ୍‌ ବଟ୍‌ଲର, ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍, ଆଫ୍‌ଗାନିସ୍ତାନର ଅସ୍‌ଗର ଆଫ୍‌ଗାନ ଓ ଆଫ୍‌ଗାନିସ୍ତାନର ରହ୍‌ମତ ଶାହା।
ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟରେ ୧୧ଟି ୱିକେଟ ନେଇ ଆଫ୍‌ଗାନ ଅଧିନାୟକ ରସିଦ୍ ଖାଁ ୩୨ଟି ସ୍ଥାନର ଉନ୍ନତି ଘଟାଇ ଟେଷ୍ଟ ବୋଲର ମାନ୍ୟତାରେ ୩୭ତମ ସ୍ଥାନରେ ପହଞ୍ଚିଛନ୍ତି। ବାଂଲାଦେଶର ବାମହାତି ସ୍ପିନର ସାକିବ୍ ଅଲ୍‌ ହାସନ୍ ୨୧ତମ ଓ ତାଇଜୁଲ୍‌ ଇସ୍‌ଲାମ୍ ୨୨ତମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ଆସେସ୍ ସିରିଜ୍‌ରେ ଚମତ୍କାର ବୋଲିଂକରି ଅଷ୍ଟ୍ରେଲିଆ ଫାଷ୍ଟବୋଲର ପ୍ୟାଟ୍‌ କମିନ୍‌ସ ଆଇସିସି ଟେଷ୍ଟ ବୋଲର ମାନ୍ୟତାରେ ୧ନଂ ସ୍ଥାନ ବଜାୟ ରଖିଛନ୍ତି। ହେଡିଂଲି ଟେଷ୍ଟରେ ୭ଟି ୱିକେଟ ନେଇଥିବା କମିନ୍‌ସ ଜୀବନର ଶ୍ରେଷ୍ଠ ୯୧୪ ପଏଣ୍ଟରେ ପହଞ୍ଚିଛନ୍ତି। ଫଳରେ ୨ୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକାର ଫାଷ୍ଟବୋଲର କାଗିସୋ ରାବାଡାଙ୍କଠାରୁ କମିନ୍‌ସ ୬୩ ପଏଣ୍ଟ ଆଗରେ ରହିଛନ୍ତି। ୮୩୫ ପଏଣ୍ଟ ସହ ଭାରତର ଯଶପ୍ରୀତ ବୁମ୍‌ରା ୩ୟ, ୮୧୪ ପଏଣ୍ଟ ସହ ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜେସନ୍ ହୋଲ୍‌ଡର ୪ର୍ଥ, ୮୧୩ ପଏଣ୍ଟ ସହ ଇଂଲଣ୍ଡର ଜେମ୍‌ସ ଆଣ୍ଡରରସନ୍ ୫ମ, ୮୦୬ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକାର ଭର୍ନନ ଫିଲାଣ୍ଡର ୬ଷ୍ଠ ଓ ୭୯୫ ପଏଣ୍ଟ ସହ ନ୍ୟୁଜିଲାଣ୍ଡର ବାମହାତି ପେସ୍ ବୋଲର ଟ୍ରେଣ୍ଟ ବୋଲ୍‌ଟ ୭ମ ସ୍ଥାନରେ ଅଛନ୍ତି।

Leave A Reply