ତ୍ରାଲରେ ୨ ମେଣ୍ଢା ପାଳକଙ୍କୁ ଅପହରଣ କଲେ ଆତଙ୍କବାଦୀ, ଜଣକୁ ଗୁଳି ମାରି ହତ୍ୟା

ଶ୍ରୀନଗର : ଜାମ୍ମୁ କାଶ୍ମୀରର ତ୍ରାଲରେ ସୋମବାର ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ଦୁଇ ମେଣ୍ଢା ପାଳକଙ୍କ ମଧ୍ୟରୁ ଜଣକ ଶବ ମଙ୍ଗଳବାର ସକାଳେ ମିଳିଛି। ତାକୁ ଗୁଳି ମାରି ହତ୍ୟା କରାଯାଇଛି। ଅପହୃତ ଅନ୍ୟ ମେଣ୍ଢା ପାଳକର ତଲାସୀ ଜାରି ରହିଛି।

ସୂଚନା ଅନୁସାରେ ପୁଲୱାମା ଜିଲାରେ ସୋମବାର ସନ୍ଦିଗ୍ଧ ଆତଙ୍କବାଦୀମାନେ ଗୁଜର ସମ୍ପ୍ରଦାୟର ଦୁଇ ଜଣ ସଦସ୍ୟଙ୍କୁ ଅପହରଣ କରିନେଇଥିଲେ। ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏହା ହେଉଛି ପ୍ରଥମ ଆତଙ୍କବାଦୀ ଆକ୍ରମଣ ଘଟଣା। ଏହା ପୂର୍ବରୁ ପ୍ରଦର୍ଶନକାରୀଙ୍କ ପଥର ମାଡ଼ରେ ଜଣେ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ମୁଖପାତ୍ର କହିଛନ୍ତି ଯେ ସୋମବାର ସନ୍ଧ୍ୟାରେ ପୁଲୱାମା ଜିଲା ତ୍ରାଲ ବନାଞ୍ଚଳରୁ ରାଜୌରୀ ଜିଲା ନିବାସୀ ଅବଦୁଲ କାଦୀର କୋହଲି ଏବଂ ଶ୍ରୀନଗର ଖୋନମୋହ ନିବାସୀ ମଂଜୁର ଅହମଦଙ୍କୁ ଅଜଣା ବନ୍ଧୁକଧାରୀମାନେ ଅପହରଣ କରିନେଇଥିଲେ। ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ଅପହୃତଙ୍କ ତଲାସୀ ଆରମ୍ଭ କରିଥିଲା। ବନାଞ୍ଚଳରୁ କୋହଲିଙ୍କ ଗୁଳି ବିଧ ଶବ ମିଳିଛି। ଅପହୃତ ଅନ୍ୟ ଜଣକ ତଲାସୀ ଜାରି ରହିଛି।

Comments are closed.