www.samajalive.in
Saturday, December 6, 2025
26.1 C
Bhubaneswar

ଅଷ୍ଟ୍ରେଲିଆ ସଂସଦ ଭିତରେ ଅଶ୍ଳୀଳ କାର୍ଯ୍ୟ, ଭିଡିଓ ଲିକ୍‌ ହେବା ପରେ ତେଜିଲା ମହିଳା ଆନ୍ଦୋଳନ

ଅଷ୍ଟ୍ରେଲିଆ ସଂସଦ ଭିତରେ ଅଶ୍ଳୀଳ ଭିଡିଓ ଶୁଟିଂ ହୋଇଛି। ଏହି ଭିଡିଓ ଲିକ୍‌ ହେବା ପରେ ଦେଶରେ ଏବେ ମହିଳା ଆନ୍ଦୋଳନ ଜୋର ଧରିଛି। ଏହି ଅନୈତିକ କାର୍ଯ୍ୟରେ କିଛି ସାଂସଦ ଏବଂ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି। ପୂର୍ବରୁ ଜଣେ ମହିଳା ମଧ୍ୟ ଅଭିଯୋଗ କରି ତାଙ୍କ ସହିତ ସଂସଦ ପରିସରରେ ଯୌନ ଶୋଷଣ କରାଯାଇଥିବା କହିଥିଲେ। ସରକାର ଏହା ଜାଣି ବି ଚୁପ୍‌ ରହିଥିବା ସେ ଅଭିଯୋଗ କରିଥିଲେ।

ଅଷ୍ଟ୍ରେଲିଆ ସରକାରଙ୍କ ଜଣେ ମହିଳା ପରାମର୍ଶଦାତା କହିଛନ୍ତି ଯେ, ୨୦୧୯ରେ ଜଣେ ସହକର୍ମୀ ତାଙ୍କୁ ବଳାତ୍କାର କରିଥିଲେ। କିନ୍ତୁ ସରକାର ଘଟଣା ବିଷୟରେ ଜାଣି ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ। ଏହାକୁ ନେଇ ଅନେକ ସହରରେ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

- Advertisement -
Image courtesy: AFP

ଅଷ୍ଟ୍ରେଲିଆ ଖବରକାଗଜ ଦ ଅଷ୍ଟ୍ରେଲିଆନ ଏବଂ ଚ୍ୟାନେଲ ୧୦ ପକ୍ଷରୁ ସଂସଦରେ ଚାଲିଥିବା ଅନୈତିକ କାର୍ଯ୍ୟର ଭିଡିଓ ଜାରି କରାଯାଇଛି। ଜଣେ ହ୍ବିସଲବ୍ଲୋୟରଙ୍କ ପକ୍ଷରୁ ଏହି ଭିଡିଓ ଲିକ୍‌ କରାଯାଇଛି। ଭିଡିଓ ସାମ୍ନାକୁ ଆସିବା ପରେ ମହିଳା ସାଂସଦ ଏବଂ ଜନସାଧାରଣଙ୍କ ପକ୍ଷରୁ ସରକାରଙ୍କ ବିରୋଧରେ ପୁଣି ଥରେ ଆନ୍ଦୋଳନ ଆରମ୍ଭ ହୋଇଯାଇଛି। ସରକାରଙ୍କ ପକ୍ଷରୁ ଉଚିତ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଲୋକଙ୍କ ମନରେ ଆକ୍ରୋଶ ଦେଖିବାକୁ ମିଳିଛି।

ଟମ୍‌ ନାମକ ଜଣେ ହ୍ବିସଲବ୍ଲୋୟର ଅଷ୍ଟ୍ରେଲିଆ ଗଣମାଧ୍ୟମକୁ କହିଛନ୍ତି ଯେ, ସରକାରୀ କର୍ମଚାରୀ ଏବଂ ସାଂସଦ ଅଧିକାଂଶ ସମୟରେ ପ୍ରାର୍ଥନା ଗୃହକୁ ଅନୈତିକ କାର୍ଯ୍ୟ ପାଇଁ ବ୍ୟବହାର କରୁଛନ୍ତି। ଏପରି କି ସାଂସଦମାନଙ୍କ ପାଇଁ ସଂସଦ କୋଠରୀକୁ ଦେହବ୍ୟବସାୟୀଙ୍କୁ ଅଣାଯାଉଛି।

ଟମ୍‌ କହିଛନ୍ତି ଯେ, ସଂସଦରେ ଏଭଳି ସଂସ୍କୃତି ହୋଇଗଲାଣି ଯେ, ପୁରୁଷମାନେ ଯାହା ଚାହିଁବେ ତାହା କରିପାରିବେ। ଟମ୍‌ ଆହୁରି କହିଛନ୍ତି ଯେ, ସଂସଦର କୌଣସି କର୍ମଚାରୀ ଆଇନ ଭାଙ୍ଗିଥିବା ସେ ଅନୁଭବ କରୁନାହାନ୍ତି। କିନ୍ତୁ ସେମାନେ ନୈତିକ ସ୍ତରରେ ଦେବାଳିଆ ହୋଇଯାଇଛନ୍ତି।

ଅନ୍ୟପଟେ ଭିଡିଓ ସାମ୍ନାକୁ ଆସିବା ପରେ ଜଣେ କର୍ମଚାରୀଙ୍କୁ ହଟାଇ ଦିଆଯାଇଛି। ସରକାର କହିଛନ୍ତି ଯେ, ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କ୍ୟାବିନେଟ୍‌ ମନ୍ତ୍ରୀ କରେନ ଆଣ୍ଡ୍ର୍ୟୁଜ କହିଛନ୍ତି ଯେ, ସେ ଆଉ ଚୁପ୍‌ ରହି​‌ବେ ନାହିଁ। ମହିଳା ବ୍ୟାପାର ମନ୍ତ୍ରୀ ମୋରିସ ପୈନ୍‌ କହିଛନ୍ତି ଯେ, ସଂସଦର ୱାର୍କପ୍ଲେସ କଲ୍‌ଚରକୁ ନେଇ ତଦନ୍ତର ଆବଶ୍ୟକତା ରହିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories