www.samajalive.in
Saturday, December 13, 2025
21.1 C
Bhubaneswar

ହନୁମାନ ଜୀଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ଶ୍ରୀ ମା’ ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟ୍ଟଖଣ୍ଡାଙ୍କ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମିତିର ସମ୍ପାଦକ ଶିବରାମ ପ୍ରଧାନୀଙ୍କ ନେତୃତ୍ୱରେ ଶନିବାର ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ରୀତିନୀତି ଅନୁଯାଇ ପୂଜାର୍ଚନା କରି ସ୍ଥାନୀୟ ମା’ପାଟଖଣ୍ଡା ମନ୍ଦିର ଠାରୁ ଏକ ବିରାଟ ପଟୁଆରରେ ବାହାରି ସମଗ୍ର ସହର ପରିକ୍ରମା କରି ଶତାଧିକ ମହିଳା କଳସ ଧରି ନିକଟସ୍ଥ ଖଡ଼ଗ ନଦୀ ରୁ ଜଳ ଆଣି ବିଗ୍ରହ ସ୍ଥଳରେ ପହଞ୍ଚି ଥିଲେ । ପରେ ପରେ ବନଯାଗ, ମଣ୍ଡଳ କରଣ ଏବଂ ଅଙ୍କୁରା ରୋପଣ ପୂଜା ସହ ରୀତିନୀତି ଅନୁଯାଇ ପୂଜାର୍ଚନା ହୋଇଥିଲା । ଏଥିରେ ପୁରୋହିତ ଭାବେ ପିତାମ୍ବର ରଥ, ପୂର୍ଣ୍ଣ ଚନ୍ଦ୍ର ଶତପଥି, ରାମକୃଷ୍ଣ ଆଚାର୍ଯ୍ୟ, ନୀଳାଚଳ ମିଶ୍ର ଓ ସନ୍ତୋଷ ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସୁଚାରୁ ରୂପେ ତୁଲାଇଥିଲେ । କର୍ତ୍ତା ଭାବେ ଲୋକନାଥ ପାଢ଼ୀ, ମଦନ ମୋହନ ପାଢ଼ୀ ଓ ପ୍ରମୋଦ କୁମାର ସାହୁ (ମୁନା) ନିଜ ନିଜର କାର୍ଯ୍ୟ ସମ୍ପାଦନା କରିଥିଲେ। ୧୭ ତାରିଖ ସୋମବାର ସକାଳୁ କର୍ମ ଆରମ୍ଭ, ସୂର୍ଯ୍ୟପୂଜା, ଅଗ୍ନି ସ୍ଥାପନ ଏବଂ ଦେବତା ଅଧୂବାସ, ୧୮ ତାରିଖ ମଙ୍ଗଳବାର ସକାଳ ୯ ଘଣ୍ଟରୁ ନାମଯଜ୍ଞ ଆରମ୍ଭ ଓ ସନ୍ଧ୍ୟା ୫.୦୦ ଘଟିକା ଠାରୁ ଦେବତା ମହାସ୍ନାନ, ମଧ୍ୟ ରାତ୍ରୀରେ ଦେବତା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜନ ହେବ l ତତ ସଙ୍ଗେ ସଙ୍ଗେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି l ୧୯ ତାରିଖ ବୁଧବାର ଦିନ ସକାଳ ୯ ଘଣ୍ଟ ରୁ କର୍ମାରମ୍ଭ, ଦେବତା ନଗର ଭ୍ରମଣ, ଶୁଭଲଗ୍ନରେ ଦେବତା ସିଂହାସନ ଆରୋହଣ, ଘୃତଯଜ୍ଞ ପୂର୍ଣ୍ଣାହୁତି ଏବଂ ନାମଯଜ୍ଞ ପୂର୍ଣାହୁତି, ନଗର କିର୍ତ୍ତନ ସହ ଦ୍ୱିତୀୟ ଦିନ ପାଇଁ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଣୁ ଅଞ୍ଚଳବାସୀ ଉକ୍ତ ଧର୍ମୀୟ କାର୍ଯ୍ୟକ୍ରମରେ ତନ, ମନ, ଧନ ପ୍ରଦାନ ପୂର୍ବକ ଭକ୍ତି କୃପା ଲାଭ କରିବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories