ତେଲକୋଇ: ବ୍ଲକର ୨୨ଟି ପଞ୍ଚାୟତ ମଧ୍ୟରୁ ୨୧ଟି ପଞ୍ଚାୟତରେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।ଭିମକାଣ୍ଡ ପଞ୍ଚାୟତରେ ନାଏବ ସରପଞ୍ଚ ଭୋଟରେ ପ୍ରିଜାଇଡିଂ ଅଧିକାରୀ ଅନିୟମିତତା କରିଥିବା ପଂଚାୟତବାସୀ ଅଭିଯୋଗ କରିବା ପରେ ଏହାର ଫଳାଫଳ ସ୍ଥଗିତ ରଖାଯାଇଛି। ମଧ୍ୟାହ୍ନ ୧୨ଟାରୁ ୧ଟା ମଧ୍ୟରେ ନାଏବ ସରପଞ୍ଚ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଫଳାଫଳ ଘୋଷଣା କରାଯାଇଛି।
ତେଲକୋଇ ଗ୍ରାମ ପଞ୍ଚାୟତ ପାଇଁ ଅନ୍ତର୍ଯ୍ୟାମୀ ପାତ୍ର, ଆକୁଳରୁ ସୁମିତ୍ରା ବେହେରା, ବଳଭଦ୍ରପୁର ଶ୍ୟାମ ଜୁଆଙ୍ଗ, ବିମଳାର ଚମ୍ପାବତୀ ନାୟକ, ଛାମୁଣ୍ଡାରେ ହରିହର ନାୟକ, ଦେଉଳଡ଼ିହା ରଞ୍ଜୁଲତା ନାୟକ, ଦୋବଲାପାଳରେ ମଞ୍ଜୁଲତା ନାୟକ, ଜଗମୋହନପୁରର ଅନିତା ନାୟକ,ବିଞ୍ଝବାହାଳ ପଞ୍ଚାୟତ ରେ କମଳା ନାୟକ, କରମଙ୍ଗିର ପବନି ନାୟକ, କାଳିଆହତାରେ ରାମ ମୁଣ୍ଡା, କରଦାଙ୍ଗୀର ପ୍ରବୀଣ ନାଏକ, ଖୁଣ୍ଟାପଡାରେ ଯୁଧିଷ୍ଠିର ନାଏକ, ଓରିଆ ବିରଦାର ସୁକାନ୍ତି ସାହୁ, ପଡାଙ୍ଗରେ ବାସନ୍ତୀ ନାୟକ, ପୁରୁଯୋଡାର ଡ଼ିକ୍ରେସନ ପାତ୍ର, ରାଇସୁଆଁର ବବିତା ବିଶ୍ୱାଳ, ସଲେଇକେନାରେ ଲଳିତା ମହାନ୍ତ, ଶିବନାରାୟଣପୁର ଗୋଡ଼ାରେ କମଳାକାନ୍ତ ମହାନ୍ତ, ସିରିଗିଡ଼ାର ବିନତା ପେଣ୍ଠେଇ ଓ ତାଳପଦା ଗ୍ରାମ ପଞ୍ଚାୟତରେ ବନିତା ପାତ୍ର ନାଏବ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ନାଏବ ସରପଞ୍ଚ ନିର୍ବାଚନରେ ସମସ୍ତ ନିର୍ବାଚିତ ସରପଞ୍ଚ ଓ ୱାର୍ଡ ମେମ୍ବର ଉପସ୍ଥିତ ରହି ଭୋଟରେ ଅଂଶ ଗ୍ରହଣ କରିଥିଲେ। ଭୀମକାଣ୍ଡ ପଞ୍ଚାୟତରେ ଆଉଥରେ ନାଏବ ସରପଞ୍ଚ ପାଇଁ ନିର୍ବାଚନ ହେବ ବୋଲି ବ୍ଲକ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।



