www.samajalive.in
Friday, December 12, 2025
14.1 C
Bhubaneswar

ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ତେଲକୋଇ ପ୍ରେସକ୍ଲବ ପକ୍ଷରୁ ଶୋକସଭା

ତେଲକୋଇ: ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ପାଢୀଙ୍କ ବିୟୋଗରେ ଶନିବାର ତେଲକୋଇ ପ୍ରେସକ୍ଲବ ପକ୍ଷରୁ ଏକ ଶୋକସଭାର ଆୟୋଜନ କରାଯାଇଥିଲା। ତେଲକୋଇ ପ୍ରେସକ୍ଲବ କାର୍ଯ୍ୟାଳୟରେ କେନ୍ଦୁଝର ଜିଲ୍ଲାର ବରିଷ୍ଠ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ସ୍ବର୍ଗତ ଅକ୍ଷୟ କୁମାର ପାଢୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା। ଦୀର୍ଘ ବର୍ଷର ସାମ୍ବାଦିକ ଜୀବନରେ ସେ ସମାଜରେ ଉଚ୍ଚ ପ୍ରସିଦ୍ଧିଲାଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଳବର ସଭାପତି ରଞ୍ଜିତ ବିଶ୍ୱାଳ, ସମ୍ପାଦକ ଅନୁକୂଳ ବିଶ୍ୱାଳ, ସାମ୍ବାଦିକ ଅକ୍ଷୟ କୁମାର ପ୍ରଧାନ, ବିଭୁତି ପ୍ରଧାନ, ଚିନ୍ମୟ କୁମାର ସାହୁ,ଚନ୍ଦ୍ରମଣି ମହାନ୍ତ, ଡିଲେଶ୍ୱର ସାହୁ ସମେତ ସମସ୍ତ ସାମ୍ବାଦିକ ଉପସ୍ଥିତ ରହିଥିଲେ।

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories