ନର୍ଲା: ଦ୍ୱିତୀୟ ଥର ପାଇଁ ନର୍ଲା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ମନୋରମା ମହାନ୍ତି। ଭବାନୀପାଟଣା ବିଡ଼ିଓ ବିନୟ ଭୋଇ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ। ନିର୍ବାଚନ ପରିଚାଳନାରେ ତାଙ୍କୁ ନର୍ଲା ଜିପିଓ କ୍ଷୀତିଶ ଚନ୍ଦ୍ର ନାଏକ ଓ ପିଇଓ ଜାଫେଦ ନାଗ ସହଯୋଗ କରିଥିଲେ। ବ୍ଲକ ଅଧ୍ୟକ୍ଷା ପଦବୀ ପାଇଁ କର୍ମେଗାଁ ସମିତି ସଭ୍ୟା ମନୋରମା ମହାନ୍ତି ଓ ମାଣ୍ଡେଲ ସମିତି ସଭ୍ୟା ସୀମନ୍ତିକା ଚାନ୍ଦ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତର ୧୮ ଜଣ ସମିତି ସଦସ୍ୟ/ସଦସ୍ୟାଙ୍କ ମନୋରମାଙ୍କୁ ଭୋଟ ଦେଇଥିବା ବେଳେ ସୀମାନ୍ତିକାଙ୍କୁ ମାତ୍ର ୮ଜଣ ସମିତି ସଭ୍ୟ/ସଭ୍ୟା ଭୋଟ ଦେଇଥିଲେ। ଶେଷରେ ମନୋରମାଙ୍କ ପଟରେ ଅଧିକ ଭୋଟ ଯାଇଥିବାରୁ ସେ ବିଜୟୀ ଘୋଷିତ ହୋଇଛନ୍ତି।
Popular Categories



