www.samajalive.in
Saturday, December 6, 2025
26.1 C
Bhubaneswar

ବିବାହ ଭୋଜି ପାଲଟିଲା ସୁପର ସ୍ପ୍ରେଡର

ହାଇଦରାବାଦ: ତେଲେଙ୍ଗାନାରେ ଆୟୋଜିତ ଏକ ବିବାହ ଭୋଜି କୋଭିଡ-୧୯ ସଂକ୍ରମଣ ବ୍ୟାପିବାର ଏକ ବଡ କାରଣ ପାଲଟିଛି। ଏହି ବିବାହ ଭୋଜିରେ ଯୋଗଦେଇଥିବା ୮୭ ଜଣ ଅତିଥି କୋଭିଡ-୧୯ ପଜିଟିଭ ହୋଇଥିବା ଜଣାପଡିଛି। ସେମାନଙ୍କୁ ତୁରନ୍ତ ଗୃହାବଦ୍ଧରେ ରଖାଯାଇଛି। ଏହି ଘଟଣା ଘଟିଛି ରାଜ୍ୟର ନିଜାମାବାଦ ଜିଲାର ହାନ୍‍ମାଜିପେଟ ଗ୍ରାମରେ। ଖବର ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ସେଠାରେ ପହଂଚିତ ଗ୍ରାମବାସୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରିଛନ୍ତି। ଏଥିସହିତ ପରିସ୍ଥିତିର ମୁକାବିଲା କରିବାକୁ ଉକ୍ତ ଗ୍ରାମରେ ଏକ ଆଇସୋଲେସନ କେନ୍ଦ୍ର ମଧ୍ୟ ଖୋଲାଯାଇଛି। ଉକ୍ତ ବିବାହ ଭୋଜିରେ ପଡୋଶୀ ଗ୍ରାମ ସିଦ୍ଦାପୁରରୁ ଶତାଧିକ ଲୋକ ଯୋଗଦେଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଅନେକ କୋଭିଡ ପଜିଟିଭ ଜଣାପଡିବା ପରେ ସେମାନଙ୍କୁ ନିଜାମାବାଦସ୍ଥିତ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି, ବିବାହ ଭୋଜିରେ କୋଭିଡ କଟକଣା ପାଳନ କରାନଯିବା କାରଣରୁ ଏଭଳି ଘଟଣା ଘଟିଛି।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories