www.samajalive.in
Monday, December 8, 2025
27.1 C
Bhubaneswar

ଭୋଟର ସଂଖ୍ୟା ୯୦: ଭୋଟ ପଡିଲା ୧୭୧

ଗୁଆହାଟି: ଆମ ଦେଶରେ ସାଧାରଣ ନିର୍ବାଚନ ପରିଚାଳନା କିଭଳି ହେଉଛି, ତାହା ଏଥିରୁ ଜଣାଯିବ। ସଂପ୍ରତି ଦେଶର କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ସହିତ ଲୋକସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ତେବେ ଗୋଟିଏ ବୁଥ୍‍ରେ ଭୋଟର ସଂଖ୍ୟା ୯୦ ଥିବାବେଳେ ଉକ୍ତ ବୁଥ୍‍ ରେ ୧୭୧ ଜଣ ଭୋଟର ମତଦାନ କରିଛନ୍ତି। ଏହି ଘଟଣା ଜଣେ ସଚେତନ ନାଗରିକଙ୍କ ପାଇଁ ନିଶ୍ଚିତରେ ଚିନ୍ତାର ବିଷୟ। ଏହିଭଳି ଘଟଣା ଘଟିଛି ଆସାମର ଏକ ବୁଥ୍‍ ରେ, ଏହା ଜଣାପଡିବା ପରେ ସେଠାରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ପାଂଚଜଣ ଅଧିକାରୀଙ୍କୁ କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି। ତାହାସହିତ ସେଠାରେ ସାନି ଭୋଟଗ୍ରହଣ ନିର୍ଦ୍ଦେଶ ଦିଆଯାଇଛି।
ଜଣାଯାଇଛି ଯେ ଆସାମର ଦିମା ହାସାଓ ଜିଲାରେ ଚଳିତ ମାସ ୧ ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଥିଲା। ହାଫଲଙ୍ଗ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉକ୍ତ ଜିଲାରେ ଥିବା ୧୦୭(ଏ) ଖୋଟଲିର ଉଚ୍ଚପ୍ରାଥମିକ ସ୍କୁଲରେ ଏହି ବୁଥ୍‍ ଅବସ୍ଥିତ। ସେଠାରେ ୯୦ଜଣ ଯୋଗ୍ୟ ଭୋଟରଙ୍କ ତାଲିକା ରହିଥିଲା। ତେବେ ମତଦାନ କରାଯିବା ପରେ ସେଠାରେ ମୋଟ ୧୭୧ଜଣ ଭୋଟ ଦେଇଥିବା ଜଣାପଡିଲା। ଏହିଭଳି ଅନିୟମିତତା ଦୃଷ୍ଟିକୁ ଆସିବାପରେ ଜିଲା ନିର୍ବାଚନ ଅଧିକାରୀ ତୁରନ୍ତ ଉକ୍ତ ବୁଥ୍‍ ଦାୟିତ୍ୱରେ ଥିବା ପାଂଚଜଣ ନିର୍ବାଚନ ପରିଚାଳନା ଅଧିକାରୀଙ୍କୁ ନିଲମ୍ବନ କରିବା ସହିତ ସେଠାରେ ସାନି ମତଦାନ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଉକ୍ତ ଗ୍ରାମର ମୁଖିଆ ସରକାରୀ ଭୋଟର ତାଲିକାକୁ ଅଗ୍ରାହ୍ୟ କରିବା ସହିତ ନିଜେ ଏକ ଭୋଟର ତାଲିକା ଧରି ପହଂଚିଥିଲେ। ଏହାପରେ ଗ୍ରାମବାସୀ ଉକ୍ତ ତାଲିକା ଅନୁଯାୟୀ ଭୋଟ ଦେଇଥିଲେ। ନିର୍ବାଚନ ଆୟୋଗ ଏହାକୁ ଗୁରୁତ୍ୱର ସହିତ ନେଇ ସେଠାରେ ହୋଇଥିବା ମତଦାନକୁ ବାତିଲ କରିବା ସହିତ କଡା ସୁରକ୍ଷା ମଧ୍ୟରେ ପୁନଃ ମତଦାନ ଆଦେଶ ଦେଇଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories