www.samajalive.in
Saturday, December 6, 2025
19.1 C
Bhubaneswar

ପୁଲିସ ଚଢ଼ଉ ବେଳେ ନେତାଙ୍କ ଆତ୍ମହତ୍ୟା ଉଦ୍ୟମ

ହାଇଦ୍ରାବାଦ: ପୁଲିସ ଚଢ଼ଉ ବେଳେ ତେଲେଙ୍ଗାନାର ଜଣେ ନେତା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପିପୁଲ୍‍ସ ଫ୍ରଣ୍ଟର ନେତା ଭି ପ୍ରତାପ ରେଡ୍ଡୀ ତେଲେଙ୍ଗାନାର ଗଜୱେଲ୍‍ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତାଙ୍କ ବିପକ୍ଷରେ ଲଢ଼ୁଛନ୍ତି ଟିଆରଏସ୍‍ ନେତା କେ ଚନ୍ଦ୍ରଶେଖର ରାଓ।
ପ୍ରତାପଙ୍କ ଘରକୁ ବହୁ ପରିମାଣର ମଦ ଓ ନଗଦ ଟଙ୍କା ଯାଉଥିବା ପୁଲିସ ସୂଚନା ପାଇବା ପରେ ଫ୍ଲାଇଂ ସ୍କ୍ୱାଡ୍‍କୁ ଚଢ଼ଉ ପାଇଁ ନିର୍ଦେଶ ଦେଇଥିଲା। ଏହି ସମୟରେ ପ୍ରତାପଙ୍କ ସମର୍ଥକମାନେ ଫ୍ଲାଇଂ ସ୍କ୍ୱାଡ୍‍କୁ ପ୍ରତିରୋଧ କରିଥିଲେ। ଏହାପରେ ପ୍ରତାପ ନିଜ ଉପରେ ପେଟ୍ରୋଲ୍‍ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ପୁଲିସ କହିଛି। ଅପରପକ୍ଷରେ ପୁଲିସ ତାଙ୍କୁ ମାରିବାକୁ ଯୋଜନା କରିଥିବା ପ୍ରତାପ ପାଲଟା ଅଭିଯୋଗ ଆଣିଛନ୍ତି। ପ୍ରତାପ କହିଛନ୍ତି ଯେ ଚଢ଼ଉ ବେଳେ ଘରୁ କିଛି ନ ବାହାରିବାରୁ ପୁଲିସ ଏଭଳି କାଣ୍ଡ କରିଥିଲା। ଏ ସଂକ୍ରାନ୍ତରେ ସେ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିବା ସହିତ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ତାଙ୍କୁ ପୁଲିସ ସେଠାରୁ ଉଠାଇ ଡାକ୍ତରଖାନାରେ ଭର୍ତ୍ତି କରିଛି। ଅପରପକ୍ଷରେ ଫ୍ଲାଇଂ ସ୍କ୍ୱାଡ୍‍ ଯଦି ଅଭିଯୋଗ କରନ୍ତି ତେବେ ପ୍ରତାପଙ୍କ ନାମରେ ମାମଲା ରୁଜୁ ହେବ ବୋଲି ପୁଲିସ କହିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories