www.samajalive.in
Saturday, December 6, 2025
19.1 C
Bhubaneswar

ଏଣିକି ଘରେ ବସି ଚିକିତ୍ସା ସେବା ପାଇପାରିବେ ରୋଗୀ, ଏମ୍‌ସରେ ଆରମ୍ଭ ହେଲା ଟେଲିମେଡିସିନ ସେବା

ଭୁବନେଶ୍ବର: ଏଣିକି ରୋଗୀ ଘରେ ବସି ଚିକିତ୍ସା ସେବା ପାଇପାରିବେ। ଗୋଟିଏ ଫୋନ କଲ୍‌ରେ ନିଜର ରୋଗ ସମ୍ପର୍କରେ ଡାକ୍ତରଙ୍କୁ ଜଣାଇପାରିବେ, ଚିକିତ୍ସା ପାଇଁ ପରାମର୍ଶ ନେଇପାରିବେ ଏବଂ ଚିକିତ୍ସା ବି କରାଇପାରିବେ। ଏଥିପାଇଁ ଭୁବନେଶ୍ବରସ୍ଥିତ ଏମ୍‌ସ ହସ୍ପିଟାଲରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଟେଲିମେଡିସିନ ସେବା। ଅର୍ଥାତ ହସ୍ପିଟାଲ ନ ଆସି ମଧ୍ୟ ଯେକେହି ଘରେ ବସି ଏଠାରୁ ଚିକିତ୍ସା ସେବା ପାଇପାରିବେ। ଏଥିପାଇଁ ରୋଗୀଙ୍କୁ କେବଳ ଡାକ୍ତରଙ୍କୁ ଫୋନ୍‌ କରିବାକୁ ପଡ଼ିବ। ଏପରି କି ହ୍ବାଟ୍ସଆପ୍‌ ଜରିଆରେ ଅଡିଓ କିମ୍ବା ଭିଡିଓ କଲ୍‌ କରି ରୋଗୀ ଏହି ସେବା ପାଇପାରିବେ। ୯ଟି ସ୍ପେଶାଲିଟି ବିଭାଗରେ ଏହି ଟେଲିମେଡିସିନ ଚିକିତ୍ସା ସେବା ମିଳିପାରିବ।

ଏହି ସେବା ପ୍ରଦାନ ଲାଗି ଏମ୍‌ସ ପକ୍ଷରୁ ୯ଟି ସ୍ପେଶାଲିଟି ବିଭାଗ ଏବଂ ତାହାର ଫୋନ ନମ୍ବର ପ୍ରକାଶ କରାଯାଇଛି। ଏହି ସ୍ପେଶାଲିଟି ବିଭାଗଗୁଡ଼ିକ ହେଲା ଜେନେରାଲ ମେଡିସିନ(୮୨୮୦୩୪୬୬୨୧), ଜେନେରାଲ ସର୍ଜରୀ(୮୨୮୦୩୪୬୬୨୬), ସ୍ତ୍ରୀ ଓ ପ୍ରସୂତି(୮୨୮୦୩୪୬୬୪୨), ଶିଶୁ ରୋଗ(୮୨୮୦୩୪୬୬୫୭), ଅର୍ଥୋପେଡିକ୍ସ(୮୨୮୦୩୪୬୬୪୮), ଫୁସଫୁସ(ପଲମୋନାରୀ ମେଡିସିନ)( ୮୨୮୦୩୪୬୬୬୩), ୟୁରୋଲୋଜି(୮୨୮୦୩୪୬୬୭୫), ମାନସିକ ରୋଗ(୮୨୮୦୩୪୬୬୬୦) ଏବଂ ହୃଦରୋଗ(୮୨୮୦୩୪୬୬୮୬) ବିଭାଗ। ପ୍ରତି ସୋମବାରରୁ ଶନିବାର ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ହେବ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories